ଯେପରି ଖରା ଓ ବର୍ଷା ଦୁଇଟି ମିଶିବା ପରେ ଇନ୍ଦ୍ରଧନୁ ହୋଇଥାଏ ଠିକ୍ ସେହିପରି ସୁନ୍ଦର ଜୀବନ ପାଇଁ ସୁଖ ଓ ଦୁଃଖ ଉଭୟ ଜରୁରୀ ହୋଇଥାଏ।
ଭାଗ୍ୟ ଓ ହ୍ରୁଦୟ କେବେ ଏକାଠି ହେବେ ନାହିଁ,କାରଣ ଯିଏ ଭାଗ୍ୟରେ ଥାଏ ସିଏ ହ୍ରୁଦୟରେ ନଥାଏ ଆଉ ଯିଏ ହ୍ରୁଦୟରେ ଥାଏ ସିଏ ଭାଗ୍ୟରେ ନଥାଏ।
“ଆଶା” ଏବଂ “ବିଶ୍ୱାସ” କଦାପି ଭୁଲ୍ ହୋଇନଥାଏ,ଏହା କେବଳ ଆମ ଉପରେ ନିର୍ଭର କରେ ଯେ ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ।
ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।
ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ଯ ଯଦି କୌଣସି ବ୍ୟକ୍ତି ମଧ୍ଯରେ ନୀତି, ନୈତିକତା, ବିବେକ, ମାନବିକତାର ବିଚାରବୋଧ ନାହିଁ, ତେବେ ସେ ଅଶିକ୍ଷିତ !!"
“ଜୀବନରେ ଅନେକ ଦୁଃଖ ଆଉ ସମସ୍ୟା ଆସିବ . ହେଲେ ସେ ସମୟରେ କେବେ ଭାଙ୍ଗି ପଡିବ ନାହିଁ,କାହିଁକିନା ଭଗବାନ ହେଲେ ଜଣେ Director ଆଉ ସବୁଠାରୁ କଠିନ Role ସେ Best-Actor କୁ ହିଁ ଦେଇଥାଆନ୍ତି !!”
“ପାରୁଛନ୍ତି ଯଦି ଅନ୍ୟ କୁ ସାହାଯ୍ୟ କରିବାକୁ କେବେ ପଛାନ୍ତୁ ନାହିଁ, ଆଉ ହଁ ସେହି ବ୍ୟକ୍ତି ଭବିଷ୍ୟରେ କେବେ ଆପଣଙ୍କୁ ସାହାଯ୍ୟ କରିବ ସେହିପରି ଆଶା ମଧ୍ଯ ରଖନ୍ତୁ ନାହିଁ.ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରି ରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ ପାଇଁ ନିଶ୍ଚୟ ପହଞ୍ଚିଯିବେ !!”
“ଜୀବନରେ କେବେହେଲେ ସବୁ ଖୁସିକୁ ଖୁସି ବୋଲି ଭାବନ୍ତୁ ନାହିଁ ଅବା ସବୁ ଦୁଃଖକୁ ଦୁଃଖ ବୋଲି ଭାବନ୍ତୁ ନାହିଁ .ଯଦି ଏହି ଦୁନିଆରେ ବଞ୍ଚିବାର ଅଛି ତ ନିଜକୁ କେବେହେଲେ ଅନ୍ୟ କାହାଠାରୁ କମ ବୋଲି ଭାବନ୍ତୁ ନାହିଁ !!”