Spread the love

ଜ୍ଞାନ-ବିଜ୍ଞାନ

ଜ୍ଞାନର ଅର୍ଥ ହେଉଛି ନିଜ ସମ୍ବନ୍ଧରେ ଖୁଆଲ ରଖିବା, ଆତ୍ମବୋଧ କରିବା ଏବଂ ନିଜର ଚେତନା ପ୍ରତି ସଜାଗ ରହିବା । ଅଜ୍ଞାନ ଏହାର ବିପରୀତ । ଏଥିରେ ବେହୋସ ଅଛି, ମୂର୍ଚ୍ଛା ଅଛି ଏବଂ ନିଜ ପ୍ରତି ଏବଂ ନିଜ ସମ୍ବନ୍ଧରେ ଜାଗୃତିର ଅଭାବ ମଧ୍ୟ ଅଛି । ଜ୍ଞାନ ଓ ଅଜ୍ଞାନର ଏହି ପରିଭାଷା ସହିତ
ପ୍ରାୟ ଲୋକେ ଅପରିଚିତ । ସାଧାରଣତଃ ଲୋକେ ପଢ଼ିବା ଲେଖିବାକୁ ଜ୍ଞାନ ଏବଂ ଅପାଠୁଆ ହେବାକୁ ଅଜ୍ଞାନ ବୋଲି କହିଥାନ୍ତି । କିନ୍ତୁ କଥା ଏପରି ନୁହେଁ, ସୂଚନା ଏବଂ ବିଭିନ୍ନ ତଥ୍ୟକୁ ଏକାଠି କରିବା କାହାକୁ ଜ୍ଞାନୀ କରିନଥାଏ ।

ଜ୍ଞାନ ହେବା ପାଇଁ ଆବଶ୍ୟକ ହେଉଛି ଭିତରର ଦୀପ ଜଳାଇବା- ଆତ୍ମାର ପ୍ରଭାକୁ ପ୍ରକଟିତ ହେବାକୁ ଦେବା । ଏତିକି ହୋଇ ନ ପାରିଲେ ବାହ୍ୟ ଜ୍ଞାନ କେତେ ଏକାଠି କରାଯାଉ ନା କାହିଁକି, ପ୍ରତିଦିନ ଇଣ୍ଟରନେଟର କେତେ ୱେବସାଇଟ ଖୋଲି ଜ୍ଞାନ ଆହରଣ କରାଯାଉ ନା କାହିଁକି, କିନ୍ତୁ ଅଜ୍ଞାନ ପିଛା ଛାଡ଼ିନଥାଏ । ପୁସ୍ତକଗୁଡ଼ିକର ପୃଷ୍ଠାଗୁଡ଼ିକ କାହାକୁ ପଣ୍ଡିତ କରାଇପାରେ, କିନ୍ତୁ ପ୍ରଜ୍ଞାବାନ ନୁହେଁ । ଏହି ସବୁ ଉପାୟରେ ଜ୍ଞାନୀ ହେବାର ମିଥ୍ୟା ଅଭିମାନ କରାଯାଇପାରେ, କିନ୍ତୁ ଜ୍ଞାନର ଅନୁଭବ ହୋଇ ନଥାଏ । ଜ୍ଞାନର ମିଥ୍ୟା ଅଭିମାନ ଯୋଗୁ ଅନ୍ୟକୁ ତ ଧୋକା ଦିଆଯାଇପାରେ ଏବଂ ନିଜକୁ ମଧ୍ୟ ଧୋକା ଦିଆଯାଇପାରେ କିନ୍ତୁ ଏହା ତ ଦୂରଦର୍ଶିତାପୂର୍ଣ୍ଣ କାର୍ଯ୍ୟ ନୁହେଁ ।

ଅଜ୍ଞାନ ଦ୍ଵାରା ସଂସାରର ବିସ୍ତାର ହୋଇଥାଏ, ଅଥଚ ଜ୍ଞାନ ଦ୍ଵାରା ପରମାତ୍ମାଙ୍କ ପ୍ରକାଶ ବିସ୍ତୃତ ହୋଇଥାଏ । ସ୍ଵପ୍ନ ଦେଖିବା ପାଇଁ ଆଉ କିଛି ଦରକାର ନାହିଁ, କେବଳ ନିଦର ଆବଶ୍ୟକ ଯେମିତି ନିଦ ଆସିବ ସ୍ଵପ୍ନ ଆରମ୍ଭ ହୋଇଯିବ ବାସ୍, ଶୋଇଥିବା ବ୍ୟକ୍ତି ହିଁ ନିଜେ ଅଭିନେତା ନିର୍ଦେଶକ, ପଟ କଥା ଲେଖକ, ସଂଗୀତକାର, ମଞ୍ଚ ତଥା ଦର୍ଶକ ମଧ୍ୟ ହୋଇଥାଏ । ସେ ନିଜେ ସବୁ ବିଷୟରେ ବିସ୍ତାରିତ ହୋଇଯାଏ, କିନ୍ତୁ ନିଦ ଭାଙ୍ଗିବା କ୍ଷଣି ସ୍ବପ୍ନର ସାରା ଖେଳ ଆପେ ଆପେ ନଷ୍ଟ ହୋଇଯାଏ । ଅଜ୍ଞାନ ନିଦ୍ରା ମଧ୍ୟ କିଛି ଏହିପରି, ଯେପର୍ଯ୍ୟନ୍ତ ନିଜ ବିଷୟରେ ହୋସ ନ ଥାଏ, ସେ ପର୍ଯ୍ୟନ୍ତ ସଂସାରର ସ୍ବପ୍ନ ଚାଲିଥାଏ । ନିଜର ଚେତନା ପ୍ରତି ଯେତେବେଳେ ଚେତl ଆସେ, ସେତେବେଳେ ସଂସାରର ଅସ୍ତିତ୍ବ ରହିନଥାଏ । ସେତେବେଳେ ଜୀବନର ପ୍ରତି ମୁହୂର୍ତ୍ତରେ ଜଗତର କଣ-କଣରେ ନିଜର ଆତ୍ମଚେତନାର ବ୍ୟାପକତା ହିଁ ପରମେଶ୍ଵରଙ୍କ ପ୍ରକାଶ ଦ୍ଵାରା ପ୍ରକାଶିତ ହେଉଥିବାର ଦେଖାଯିବ ।

ଅଖଣ୍ଡଜ୍ୟୋତି ମାର୍ଚ୍ଚ 2013

Related Post

Leave a Reply

Your email address will not be published. Required fields are marked *