Spread the love

ଢେଙ୍କାନାଳ (ଦର୍ଶନ ସମୀକ୍ଷା) ସଦର ଥାନା ଅନ୍ତର୍ଗତ କଳାଙ୍ଗ ଗାଁରେ ଗୁଳିମାଡ ଘଟଣାରେ ସାମ୍ନାକୁ ଆସିଛି ନୁଆ ଟୁଇଷ୍ଟ। କୈାଣସି ଦୃର୍ବୁତ୍ତ ନୁହଁ ବରଂ ନିଜ ସମ୍ପର୍କୀୟ ଭିଣୋଇ ରମେଶ ନାଏକ ହିଁ ଗୁଳି ମାରି ଶଳା ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ହତ୍ୟା କରିଛି।

ପୋଲିସ ହାତରେ ଧରା ପଡିବା ପରେ ସବୁ ସତ ଓଗାଳିବା ସହ ଫାର୍ମ ହାଉସ ଭିତରେ ବୁଦା ମୁଳରୁ ବ୍ୟବହୃତ ବନ୍ଧୁକ କେଉଁଠି ଲୁଚାଇଥିଲା ବାହାର କରିଛି ଅଭିଯୁକ୍ତ ରମେଶ। ସେ କହିଛି ବିଳମ୍ବିତ ରାତିରେ ଜନ୍ତୁ ଶିକାର ପାଇଁ ଫାର୍ମ ହାଉସ ଭିତରେ ବୁଲୁଥିବା ଅବସ୍ଥାରେ ଖସ୍ ଖସ୍ ହେବାରୁ କୁଟୁରା ଭାବି ଗୁଳି ଚଳାଇ ଦେଇଥିଲି। ଯେଉଁଥିରେ ଟଳି ପଡିଥିଲେ ଗୋବିନ୍ଦ।

ଗତକାଲି ବିଳମ୍ବିତ ରାତିରେ ଫାର୍ମ ହାଉସ ଭିତରେ ଏକାଠି ଥିଲେ ତାଙ୍କ ଶଳା ତଥା ମୃତକ ଗୋବିନ୍ଦ ଚନ୍ଦ୍ର ନାଏକ। ଫାର୍ମର ଅନ୍ୟ ଏକ ରୁମରେ ତାଙ୍କ ବଡ ବାପା ପୁଅ ଭାଇ ଅଭିରାମ ନାଏକ ସୋଇଥିଲେ।ଦୁଇଜଣ ଯାକ ମିଶି ରାତି ଦୁଇଟା ପରେ ଜନ୍ତୁ ଶିକାର ପାଇଁ ଫାର୍ମ ହାଉସ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ।

ଭୋର ୪ଟାରେ ରମେଶଙ୍କ ହାତରେ ଥିବା ଦେଶୀ ବନ୍ଧୁକର ଗୁଳି ଗୋବିନ୍ଦଙ୍କ ଛାତିରେ ବାଜିଥିଲା।ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା।ପରେ ଭୟରେ ସେଠୁ ଖସି ପଳାଇଥିଲା ଅଭିଯୁକ୍ତ ଭିଣୋଇ ରମେଶ।ଗୁଳି ଶବ୍ଦ ଶୁଣି ଫାର୍ମ ହାଉସର ଏକ ରୁମରେ ସୋଇଥିବା ବଡବାପା ପୁଅ ଭାଇ ଅଭିମନ୍ୟୁ ନାଏକ ଧାଇଁ ଆସିଥିଲେ।

ଆଉ ତାଙ୍କ ଭାଇ ସେଠି ଏକୁଟିଆ ପଡିଥିବାର ଦେଖି ଘର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପ୍ରଘଟ ହେବା ପରେ ପ୍ରଥମେ କୈାଣସି ଦୃର୍ବୁତ୍ତ ଗୁଳିମାଡ କରି ପଳାଇଥିବା କହିଥିଲେ ଗୋବିନ୍ଦଙ୍କ ପରିବାର ଲୋକ।ହେଲେ ଏପଟେ ଢେଙ୍କାନାଳ ସଦର ଥାନା ପୋଲିସ ଫାର୍ମହାଉସରେ ପହଞ୍ଚି ଆରମ୍ଭ କରି ଦେଇଥିଲା ତନାଘନା।ମୃତକ ଗୋବିନ୍ଦଙ୍କ ସହ ରାତିରେ ଫାର୍ମ ହାଉସରେ ଥିବା ତାଙ୍କ ଭାଇ ଅଭିମନ୍ୟୁକୁ ପଚରାଉଚରା କରିବା ପରେ ଅଧିକ ତଦନ୍ତ ପାଇଁ ଗାଡ଼ିରେ ବସାଇ ନେଇ ଯାଇଥିଲା।

ଏହି ସମୟରେ ସେଠାରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ପରେ ରାତିରେ ଗୋବିନ୍ଦଙ୍କ ସହ ଥିବା ତାଙ୍କ ସମ୍ପର୍କୀୟ ଭିଣୋଇକୁ ନିକଟସ୍ଥ ଆଳୁ ସିଂହ ଗ୍ରାମରୁ ଉଠାଇ ଆଣି ପଚରାଉଚରା ପରେ ସବୁ ସତ ମାନିଥିଲା ସେ।ପରେ ତାକୁ ଫାର୍ମ ହାଉସକୁ ନେଇ ସେଠାରୁ ବନ୍ଧୁକ ଜବତ କରିବା ସହ କେଉଁଠି ଏବଂ କେଉଁ ପରିସ୍ଥିତିରେ ଗୁଳି କରିଥିଲା ତାହା ମଧ୍ୟ ଦେଖାଇଥିଲା ଅଭିଯୁକ୍ତ ରମେଶ। ଜନ୍ତୁ ଶିକାର ପାଇଁ ଗୁଳି ଚଳାଉଥିବା ବେଳେ ରମେଶ ଯେ ଗୋବିନ୍ଦଙ୍କୁ ଗୁଳିମାଡ କରିଥିବ ଏକଥାକୁ ସହଯରେ ବିଶ୍ଵାସ କରି ପାରୁ ନାହାଁନ୍ତି ଗୋବିନ୍ଦଙ୍କ ପରିବାର ଓ ସମ୍ପର୍କୀୟ।ରମେଶ କୈାଣସି ରାଗ ରଖି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ସନ୍ଦେହ କରିଛନ୍ତି।ତେଣୁ ପୋଲିସ ଏ ଦିଗରେ ତଦନ୍ତ କଲେ ଘଟଣା ସ୍ପଷ୍ଟ ହେବ ବୋଲି ପରିବାର ଲୋକେ କହିଛନ୍ତି।

ତେବେ ସତରେ କ’ଣ ଜନ୍ତୁ ଶିକାର ପାଇଁ ରମେଶ ଗୁଳି ଚଳାଇବା ବେଳେ ତାହା ଭୁଲ ବସତଃ ଗୋବିନ୍ଦଙ୍କ ଛାତିରେ ବାଜିଥିଲା ? ନାଁ ଏହା ପଛରେ ରହିଛି ଅନ୍ୟ କୈାଣସି ଶତୃତା ।ଏହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *