Spread the love

ଯୋଗଦେଲେ ନୂତନ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ

ମାଲକାନଗିରି (ଦର୍ଶନ ସମୀକ୍ଷା) ବାଲିମେଳା ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବରେ ନୂତନ ଭାବରେ ଯୋଗଦେଲେ ପ୍ରଦୋଷ ପ୍ରଧାନ । ପୂର୍ବରୁ ନୂଆପଡା ଜିଲ୍ଲା ରେ କାର୍ଯ୍ୟରତ ଥିବା ସମୟରେ ବର୍ତ୍ତମାନ ବାଲିମେଳାସ୍ଥିତ ଚିତ୍ରକୋଣ୍ଡା ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ୭ମ ବ୍ୟାଚ ର ହୋଇଥିବା ବେଳେ ୨୦୨୨ ରେ କାର୍ଯ୍ୟରେ ଯୋଗ ଦେଇଥିଲେ ।

ସେ କହିବା ଅନୁସାରେ ଚିତ୍ରକୋଣ୍ଡା ଉପଖଣ୍ଡର ଆଇନ ଶୃଙ୍ଖଳା କୁ ନିୟମିତ କରିବା ସହିତ ଅମାନିଆ ଗାଡି ଡ୍ରାଇଭର , ଓ ବିଭିର୍ଣ୍ଣ ପ୍ରକାରର ବେଆଇନ କାର୍ଯ୍ୟକଳାପ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ଏହା ପୂର୍ବରୁ ଆଲେକ୍ସସିୟସ କିସପୋଟା ଏଠାରୁ ବଦଳି ହୋଇ ଭୁବନେଶ୍ୱର ସ୍ଥିତ ଆଇଟି ସେଲ ର ଡି ଏସ ପି ଭାବରେ ଯୋଗ ଦେଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *