ପଣ୍ଡିତ ପରେ ସର୍ବ ଜାଣେ,ଆତ୍ମା ର ଗତି ନ ପ୍ରମାଣେ
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ,ଗଞ୍ଜାମ ।
ଜଗତ ଏକ ଜଙ୍ଗଲ ସଦୃଶ। ୟାକୁ ଚିହ୍ନିବା କ୍ଷମତା ମଣିଷ ପାଖରେ ହେଇନି କି ହେବନି। ଜ୍ଞାନ ଯେହେତୁ ଦି ଅକ୍ଷର ବିଶିଷ୍ଟ ଏକ ଶବ୍ଦ ଏବଂ ଏହାର ଭଣ୍ଡାର କେବେ ବି ଶୂନ୍ଯ ହୋଇପାରେ ନାହିଁ,କାରଣ ମହତ ଜନ ଙ୍କ ମତରେ :ପରମାତ୍ମା ଯାହା ସୃଷ୍ଟି
ଆରମ୍ଭରେ ଦେଇଛନ୍ତି,ଯାହା ବହୁ ବର୍ଷ ହେଲା ଦେଇ ଚାଲିଛନ୍ତି,
ଯୁଗାନ୍ତ ପର୍ଯ୍ଯନ୍ତ ମଧ୍ଯ ଦେଇ ଚାଲିଥିବେ ତାର ହିସାବ ଯେ କେହି ଉଦ୍ଯମ କଲେ ବି ପାରିବେ ନାହିଁ । ଏଣୁ ଜ୍ଞାନ ଯେହେତୁ ଅସୀମ ଆଉ ତାକୁ ପୂର୍ଣ୍ଣମାତ୍ରା ରେ ଉପାର୍ଜନ ଅସମ୍ଭବ , ସେହି କାରଣରୁ "ସବ୍ ଜାନ୍ ତା" ଜୀବ ଏ ବିଶ୍ବରେ ଦୁଲ୍ଭଭ। ଯେଉଁମାନେ ବି ନିଜକୁ "ସବ୍ ଜାନ୍ ତା"ଭାବେ ପରିଚୟ ପ୍ରଦାନ
କରିବାକୁ ସାହସ କରନ୍ତି, ସେମାନେ ଏ ବସ୍ତୁବାଦୀ ବିଶ୍ବକୁ ପ୍ରଥମେ ଚିହ୍ନି ନାହାନ୍ତି ବୋଲି ତ ତାଙ୍କ ଜୀବନ ର ଅନ୍ତିମ ମୁହୁର୍ତ୍ତ
ପର୍ଯ୍ଯନ୍ତ ଅନ୍ବେଷଣ କର୍ମ ଚାଲୁ ରଖିଛନ୍ତି; ଆଉ ସେମାନେ ସମସ୍ତ
ବିଷୟକ ଜ୍ଞାନରେ ପରିପୁଷ୍ଟ ହେଲେ କେତେବେଳେ ?
ଦ୍ବିତୀୟ ବିଷୟ ହେଲା ,ପୌରାଣିକ ମତ ବା ଅତୀତ ହୋଇ- ଯାଇଥିବା କୋଟି କୋଟି ବର୍ଷ ତଳର ଅଗଣିତ ଋଷି ମୁନୀ ଓ ତପସ୍ବୀ ମାନଙ୍କ ଅନ୍ବେଷଣ ଲବ୍ଧ ଅନୁଭୂତି ସତ୍ଯ , ଯାହାକୁ ଆମ ହିନ୍ଦୁ ଧର୍ମାବଲମ୍ବୀ ମାନେ ହଜାର ହଜାର ବର୍ଷ ହେଲା ଉପଯୁକ୍ତ ମର୍ଯ୍ୟାଦା ଦେଇ ଆସୁଛନ୍ତି ,ତାହା ହେଲା–ପରମାତ୍ମା ଶବ୍ଦ କହିଲେ ଜଣେ ଅଦୃଷ୍ଟ ଆଦି ନିରାକାର ପୁରୁଷ ଓ ତାଙ୍କର
କ୍ଷୀଣାତିକ୍ଷୀଣ ଅଂଶ ପ୍ରତ୍ଯେକ ଜୀବ ଶରୀର ମଧ୍ଯରେ ଏକ ଅଜଣା ସ୍ଥାନରେ ସ୍ଥାନିତ ହୋଇରହିଥାଏ ବୋଲି ସେ ବଞ୍ଚିଥିବା ବିଷୟକୁ ଆମେମାନେ ଦୃଢ ଭାବେ ବା ନିରୋଳା ଆସ୍ଥା ସହ
ବିଶ୍ବାସ କରିଥାଉଁ । ପରମାତ୍ମା ଯେହେତୁ ନିରାକାର ଓ ଏଯାବତ୍ ଅଦୃଷ୍ଟ ,ସେତେବେଳେ ଆତ୍ମା କେତେବେଳେ ଅବା ଦୃଷ୍ଟ ହେଉଛି ଯେ,ଜୀବନ ଚାଲିଗଲା ବୋଲି ଆମେ ଆତ୍ମା ମଧ୍ଯ
ତା ଶରୀରରୁ ଚାଲିଗଲା ବୋଲି ପ୍ରକାରାନ୍ତର ସତ୍ଯକୁ ମାନିବାକୁ ପ୍ରସ୍ତୁତ ହୋଇଯାଉଛେ ?
ଆହୁରି ମଧ୍ଯ ଭୂଲ କି ସତ୍ଯ କିଏ ଜାଣେ ଯେ ,ଆମେ
ବିଶ୍ବାସ କରିଯାଉକି, ମୃତ୍ଯୁ ପରେ ଶରୀଭ ର ନାମ ପ୍ରେତରେ ପରିଣତ ହୋଇ ସେ ତା ଜୀବନ କାଳ ମଧ୍ଯରେ କରିଥିବା ନ୍ଯାୟ ଓ ଅନ୍ଯାୟ ସଂଜ୍ଞାଧାରୀ ଦୁଇଟି କର୍ମ (ଇତର ପ୍ରାଣୀଙ୍କ ଉପକାର କୁଆଡେ ନୀତି ସଙ୍ଗତ ଏବଂ ଅପକାରକ କର୍ମ ଗୁଡିକ ଅନୀତି
ଆଚରଣ ହେତୁ ସାଧିତ ) ହେତୁ ଯଥାକ୍ରମେ ସ୍ବର୍ଗୀୟ ସୁଖ ଏବଂ ନର୍କୀୟ ଦଣ୍ଡ ପାଇବାକୁ ଦାୟୀ ହୋଇଯାଏ । ସେହି ସ୍ବର୍ଗ ଆଉ ନର୍କ ,ପୁଣି ତାର ସମ୍ପୂର୍ଣ୍ଣ ଠିକଣା ସମ୍ପର୍କରେ ଆମେ କେମିତି
କିଛି ନିଶ୍ଚିତ ମତାମତ ଦେଇପାରିବା ?
ଏଣୁ ମୋଟ ଉପରେ କୌଣସି ମଣିଷ ନିଜକୁ ଜଣେ
ପଣ୍ଡିତ ଭାବେ ପରିଚୟ ଦେଇ ବାହାବା ନିଜେ ନିଜେ ନେବାକୁ