ଧନ ଥିଲେ ଚୋରର ଭୟ,ଜ୍ଞାନ ଥିଲେ ଅଜ୍ଞାନର ଭୟ,ଦେହ ଥିଲେ ମୃତ୍ୟୁର ଭୟ,କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଥାଏ ତାହାର ନଥାଏ କୌଣସି ଭୟ।
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁଡି ପରି ଆକାଶ ରେ ଉଡିବାକୁ ଅନେକ ଲୋକ ମିଳିଯିବେ,କିନ୍ତୁ ସେଥିରେ ବ୍ୟବହୃତ ହେଉଥିବା ସୂତା ଭଳି ଅଖଣ୍ଡ ସମ୍ପର୍କ ରଖୁଥିବା ଲୋକ ମିଳିବା ବହୁତ କଷ୍ଟ ।
ଲୋକଙ୍କ ନିନ୍ଦାକୁ ଭୟ କରି କେବେ ବି ନିଜ ରାସ୍ତା ବଦଳାନ୍ତୁ ନାହିଁ, କାହିଁକିନା ସଫଳତା ଲାଜରୁ ନୁହେଁ ସାହସରୁ ମିଳିଥାଏ।
କେହି ତୁମ ଲୁହକୁ Notice କରିବେନି,କେହି ତୁମ ଦୁଃଖକୁ Notice କରିବେନି,କେହି ତୁମ କଷ୍ଟକୁ ବି Notice କରିବେନି”କିନ୍ତୁ” ସମସ୍ତେ ତୁମେ କରିଥିବା ଭୁଲ୍ କୁ Notice କରିବେ।
ମନରେ ନ ରଖ ଛନ୍ଦ କି କପଟ
ରଖ ଦୟା କ୍ଷମା ଭାବ,
ସ୍ନେହ ଶ୍ରଦ୍ଧା ପ୍ରେମ ହୃଦୟରେ ଭର
ସୁନ୍ଦର ଲାଗିବ ଭବ ।
ସମ୍ପତ୍ତିର ଉତ୍ତରାଧିକାରୀ ଅନେକ ଥାଇପାରନ୍ତି କିନ୍ତୁ ଆମ କର୍ମର ଉତ୍ତରାଧିକାରୀ ଆମେ ନିଜେ ।
ମହୁ ପରି ମିଠା କଥା ବାର୍ତ୍ତା କରୁଥିବା ଲୋକ ବେଳେ ବେଳେ ମହୁମାଛି ପରି ଆଘାତ ମଧ୍ୟ ଦିଅନ୍ତି ।
ସର୍ବଦା ନିଜ Choice ର ଜୀବନ ମିଳିବ ନାହିଁ,ଯାହା ମିଳୁଛି ବାସ୍ ତାକୁ ହିଁ ଆପଣେଇ ଆଗକୁ ବଢିବାକୁ ପଡିବ।
ରକ୍ତ ଠାରୁ ବହୁତ ଦାମୀ ଅଟେ ଲୁହ….
କାହିଁକି ନା
ସମୟ ପଡ଼ିଲେ ରକ୍ତ କିଣି ହୁଏ କିନ୍ତୁ ଲୁହ ନୁହେଁ….
ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ, ଦେଖିବେ ଜୀବନରେ ଭଲରେ ରହିବା ଶିଖି ଯିବେ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥