Spread the love

ଓସେଡୋ ଅନୁଷ୍ଠାନର ସ୍ବେଛାସେବୀମାନଙ୍କର ଖଲ୍ଲିକୋଟ ପରିଭ୍ରମଣ।

ଖଲ୍ଲିକୋଟ ତା ୩୦/୦୧:- (ଦର୍ଶନ ସମୀକ୍ଷା) ଅର୍ଗନାଇଜେସନ ଫର ସୋସିଓ ଇକଲୋଜିକାଲ ଡେ ଭଲପମେଣ୍ଟ ଅଫ ଓଡ଼ିଶା(ଓସେଡୋ)ର ୧୦ ଜଣ ସଦଶ୍ୟ ବିଶିଷ୍ଟ ଏକ ଦଳ ଡ଼କ୍ଟର ଏ ପି ଜେ ଅବଦୁଲ କଲାମ ୱେଲଫେୟାର ଚାରିଟେବଲ ଟ୍ରଷ୍ଟର ନିମନ୍ତ୍ରଣ କ୍ରମେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରିଭ୍ରମଣରେ ଯାଇ ସେଠାକାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିବା ସହ ଟ୍ରଷ୍ଟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇଥିଲେ।
ଓସେଡୋ ଅନୁଷ୍ଠାର କଟକ ଏବଂ ଭୁବନେଶ୍ୱରର କର୍ମକର୍ତ୍ତା ଏବଂ ସାମାଜିକ କର୍ମୀ ମାନେ ପ୍ରଥମେ ‘ମା’ ଭଗବତୀଙ୍କ ଦର୍ଶନ କରିବା ପରେ ଭାଲେରି ପାହାଡ଼ର ମଧ୍ୟଭାଗରେ ଥିବା ‘ମା’ ନାରାୟଣି ଏବଂ ବନଦୁର୍ଗାଙ୍କୁ ଦର୍ଶନ କରିସାରି ଖଲ୍ଲିକୋଟ ଗସ୍ତ କରିଥିଲେ। ସେଠାରେ ପହଂଚି ଅବଦୁଲ କଲାମ ଟ୍ରଷ୍ଟର ଆତିଥେୟତା ଗ୍ରହଣ କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ ପୂର୍ବକ ମହାପ୍ରଭୁଙ୍କ ଅନନ୍ୟ ସୁନ୍ଦର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରି ବିମୋହିତ ହୋଇଥିଲେ। ପରେ ପରେ ଖଲ୍ଲିକୋଟ ରାଜବାଟି ବାହାରୁ ପରିଦର୍ଶନ କରି ନିର୍ମଳ ଝର ରେ କିଛି ସମୟ କଟାଇ ରମ୍ଭାରେ ପହଂଚି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବାସହ ବୋଟରେ ଚିଲିକା ହ୍ରଦ ମଧ୍ୟକୁ ଯାଇ ସୂର୍ଯ୍ୟାସ୍ତର କମନୀୟ ରୂପ ସଂଦର୍ଶନ କରିଥିଲେ। ସନ୍ଧ୍ୟାରେ ସେଠାରୁ ଫେରି ଖଲ୍ଲିକୋଟସ୍ଥିତ ଟ୍ରଷ୍ଟର କାର୍ଯ୍ୟାଳୟରେ ପହଂଚି ସଭାପତି ପୂର୍ଣଚନ୍ଦ୍ର ବେହେରା ଏବଂ ତାଙ୍କ କର୍ମକର୍ତ୍ତାଙ୍କ ସହ ଅନୁଷ୍ଠାନର ସାମାଜିକ ଏବଂ ସଂସ୍କାର ମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇ ଭୁୟସୀ ପ୍ରଶଂସା କରିଥିଲେ।ଏତଦଭିନ୍ନ ଆସନ୍ତା ଫେବୃଆରୀ ୬ ତାରିଖରେ ଭୁବନେଶ୍ୱରସ୍ଥ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ୪ର୍ଥ ବାର୍ଷିକ ଉତ୍ସବ ଆଃୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ପରିଭ୍ରମଣ କାର୍ଯ୍ୟକ୍ରମରେ ଓସେଡୋ ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତୀ ରିଭା ମହାନ୍ତିଙ୍କ ନେତୃତ୍ତ୍ଵରେ ସର୍ବଶ୍ରୀ ଭୂଜିତ ପଟ୍ଟନାୟକ, ଶୈଳେଶ ମହାନ୍ତି,ତନ୍ମୟ ଶେଖର,ରମେଶ ସାହୁ, ମନୋରଞ୍ଜନ ମହାନ୍ତି,ସୁଶ୍ରୀ ଦିବ୍ୟସ୍ୱରୂପା ମହାନ୍ତି ଏବଂ ଦିବ୍ୟାଂଶୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିବାବେଳେ ଏପିଜେ କଲାମ ଟ୍ରଷ୍ଟର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵବଧାନରେ ମାଧବ ମଲ୍ଲିକ, ସୁଶ୍ରୀ ଲଷ୍ମୀ ଦାସ, ମୀନା ମହାନ୍ତି ପ୍ରମୁଖ ସାମିଲ ହୋଇ ଆତିଥେୟତା ପ୍ରଦାନରେ ସହଯୋଗ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed