Spread the love

କନ୍ଧମାଳ : ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବିଭିର୍ଣ୍ଣ ଥାନା ଅଞ୍ଚଳରେ ରୋଡ଼ ସେପ୍ଟି କାର୍ଯ୍ୟକ୍ରମ ଅନୁଷ୍ଟିତ..

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ସଦର ଥାନା ଅର୍ନ୍ତଗତ କେଣ୍ଡ୍ରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ସଦର ଥାନା ଅଧିକାରୀ ସତିଶ କୁମାର ନାୟକ ଙ୍କ ଆଲୋଚନା କ୍ରମେ ସଦର ଥାନା ଅଞ୍ଚଳରେ ଇ,ଆଇ,ସି, (ଇଣ୍ଡିଆନ୍ କୋନସଟିୟମ )ଭୁବନେଶ୍ବର ସ୍ବେଛାସେବୀ ସଂଗଠନ ତରଫରୁ ରାଜ ରାସ୍ତାରେ ଯାନବାହାନ ଚଢ଼ୀ ଜିବା ଆସିବା କରୁଥିବା ଜନ ସାଧାରଣ ଙ୍କୁ ଯେଉଁ ମଟର ସାଇକେଲ ଚାଳକ ହେଲିମେଟ ପରିଧାନ କରି ଗାଡି ଚଳାଚଳ କରନ୍ତି ଏବଂ ଯେଉଁ ଡ୍ରାଇଭର ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚାଳନା କରନ୍ତି ସେମାନଙ୍କୁ ଗୋଲାପ 🌹🌹 ଫୁଲ ଏବଂ ଲିପଲେଟ୍ ଦେଇ ରାଜ୍ୟ ସରକାର ଙ୍କ ନୀତି ନିୟମ ମାନି ରାସ୍ତାରେ ଗାଡ଼ି ଚଳାଚଳ କରିବା ପାଇଁ ସଚେତନତା କରାଯାଇଛି l

ଉକ୍ତ କାର୍ଯ୍ୟକ୍ରମ ଟିକୁ ଇ,ଆଇ ସି, ସଂଘଠନର ଟିମ୍ ଲିଡର ଚକ୍ରଧର ମହାରଣା ଙ୍କ ତତ୍ତ୍ଵାବଧନା ରେ ପରିଚାଳିତ ହୋଇଥିଲା l ଏବଂ ତାଙ୍କ ସହକର୍ମୀ ରାକେଶ ସାହୁ, ମୃତ୍ୟୁଞ୍ଜୟ ମୁଦୁଲି,ସନାତନ ଦାସ, ଗଦାଧର ମହାରଣା, ଶଙ୍କର ମହାପାତ୍ର, ସହଯୋଗ କରିଥିବା ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମ ଟିକୁ ସଦର ଥାନା ଅଧିକାରୀ ଙ୍କ ଆଲୋଚନା କ୍ରମେ କରାଯାଇ ସଦର ଥାନା ର ଦୁଇ ଜଣ କର୍ମଚାରୀ ବିରାଜ କୁମାର ପ୍ରଧାନ, ସୋମଦତ ସାହାଣୀ ସହଯୋଗ କରିଥିବା ଦେଖିବାକୁ ମିଳିଛି l

Related Post

Leave a Reply

Your email address will not be published. Required fields are marked *

You Missed