Spread the love

ଭୁବନେଶ୍ବର: ଠକ ଯୋଡ଼ି ହଂସିତା-ଅନୀଲ୍‌ ଗିରଫ ମାମଲାରେ କମିସନରେଟ୍‌ ପୁଲିସ ପଛକୁ ପଛ ନୂଆ ମାମଲା ଯୋଡ଼ିବାରେ ଲାଗିଛି।

ଗୋଟିଏ ପଟେ କୋର୍ଟରେ ହଂସିତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି, ଅନ୍ୟ ପଟେ ପୁଲିସ ତାଙ୍କ ବିରୋଧରେ ମାମଲା ସଂଖ୍ୟା ବଢ଼ାଇବାରେ ଲାଗିଛି। ସେମାନଙ୍କ ମହାଠକେଇର ଭାନୁମତି ପେଡ଼ିରୁ ମିଳୁଥିବା ତଥ୍ୟ ଆଧାରରେ ଆଜି ତୃତୀୟ ମାମଲା ରୁଜୁ ହୋଇଛି। ଯୁବତୀ ଚାଲାଣ ଭଳି ସଂଗିନ୍‌ ଦଫା ଲାଗିଛି। ବିଭିନ୍ନ ଦାମୀ ଏସ୍‌କର୍ଟ ସଂସ୍ଥାରୁ କଲ୍‌ଗାର୍ଲ ଭଡ଼ାରେ ନେଉଥିବା ପ୍ରମାଣ ପାଇବା ପରେ ପୁଲିସ ତୃତୀୟ ମାମଲା ରୁଜୁ କରିଛି। ଏହି ମାମଲାରେ ଯୁବତୀ ଚାଲାଣ ବା ଇମୋରାଲ୍‌ ଟ୍ରାଫିକିଂ ଆକ୍ଟ-୫, ଆଇଟି ଆକ୍ଟ-୬୭ ଓ ୧୨୦(ବି) ଭଳି ସଂଗିନ୍‌ ଦଫା ଲାଗିଛି। ଏହି ମାମଲା ଉଭୟ ହଂସିତା ଓ ଅନୀଲ୍‌ଙ୍କ ବିରୋଧରେ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଇନ୍‌ସ୍ପେକ୍ଟର ମାନସ ସ୍ବାଇଁ ନିଜ ଆଡ଼ୁ ଏହି ମାମଲା କରିଛନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed