Spread the love

ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
ଦଶରଥପୁର , ୨୧/୧(ଦର୍ଶନ ସମୀକ୍ଷା ):
ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ପ୍ରଥମେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାଜେଶ୍ୱର ରାଉତଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ମା ଜୟଚଣ୍ଡୀଙ୍କ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚନା କରିବା ସହ ମାଙ୍କ ମନ୍ଦିରରେ ମଶାଲ ପୂଜାକରି ସେଠାରୁ ଦୌଡ଼ି ଦୌଡ଼ି ଆସି ବିଦ୍ୟାଳୟରେ ପହଞ୍ଚିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ମସାଲକୁ ସ୍ୱାଗତ କରିବା ସହ କ୍ରୀଡା ପତକା ଉତ୍ତୋଳନ କରି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ | କ୍ରୀଡାର ପ୍ରଥମ ଦିନରେ ଉଭୟ ବାଳକ ଓ ବାଳିକା ମାନଙ୍କ କ୍ଷେତ୍ରରେ ୧00 ମିଟର, ୨ ସହ ମିଟର ରେସ, ଡ଼ିସକଶ ଥ୍ରୋ, ଅଙ୍କ କସା, ସଟଫୁଟ, ଲଙ୍ଗଜମ୍ପ, ହାଇଜମ୍ପ ଆଦି ଖେଳ ଅନୁଷ୍ଠିତ ହୋଇଥିଲା | ଖେଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରଜାପତି ରାଉତ, ଧର୍ମଜିତ ମଲ୍ଲିକ,ବିଜୟ କୁମାର ଦାସ ଶିକ୍ଷୟତ୍ରୀ ମାଳବିକା ସ୍ୱାଇଁ, ପ୍ରତିଭା ପଣ୍ଡା, ଚିତ୍ରା ଘୋଷ,ଝୁ୍ନୁପ୍ରିୟା ସାମଲ ଓ କର୍ମଚାରୀ ଅଶୋକ ବେହେରା ପ୍ରମୁଖ ସହଯୋଗ କରିଥିଲେ |
ଫଟୋ
ଦଶରଥପୁର

Related Post

Leave a Reply

Your email address will not be published. Required fields are marked *

You Missed