Spread the love

ଅପରାଧ କରୁଥିବା ଅପରାଧୀ ମାନଙ୍କ ପାଇଁ ଯୁଗେ ଯୁଗେ ଦଣ୍ଡ ବିଧାନ ର ବ୍ୟବସ୍ତା କରାଯାଇଛି.ସେଥିପାଇଁ ଆଧୁନିକ ଯୁଗରେ ଏକ ସରକାର ର କେତୋଟି ବିଭାଗ କରାଯଇଛି. ଯଥା ପୋଲିସ. କୋର୍ଟ ଜେଲ ବିଭାଗ ଅନ୍ୟତମ ପ୍ରଥମେ ଅପରାଧୀ କୁ ଗିରଫ କରାଯିବ ସେମାନଙ୍କୁ କୋର୍ଟ କୁ ନେଇ ନିଷ୍ପତି ନିଆଯିବ ସେଇଠୁ ବେଲରେ କିଛି ଦିନପାଇଁ ଛାଡ଼ ପାଇବ ନାଁ ସିଧା ଜେଲକୁ ଯିବ.ଆଜିକାଲି ଦେଖିବାକୁ ମିଳୁଛି ପଇସା ଵାଲା ଅପରାଧୀ ପାଇଁ ଜେଲ ତା ଆରାମ ଦାୟକ. ଆଉ ଯାହା ପାଖରେ ପଇସା ନାହିଁ ତା ପ୍ରତି ଦୁଃଖ ଦାୟକ. ଶୁଣାଯାଉଛି ସେଠାରେ ଯେଉଁ କର୍ମଚାରୀ ଅଛନ୍ତି ସେମାନଂକୁ ପଇସା ଦେଲେ ସବୁ ଜିନିଷ ଆଣି ଥୋଇଦେବେ ଯାହା ବାହାରେ ମିଳେ ଆଉ ଯିଏ ଅର୍ଥ ନଦେଇ ପରେ ତା ଜୀଵନ ଟା କଷ୍ଟ ହୁଏ . କିନ୍ତୁ ଆମ ଭାରତରେ 2003 ମସିହାରେ ସବୁଠୁ ବଡ଼ ତିହାର ଜେଲ ରେ ଯାହା ଘଟିଥିଲା ଜେଲ ର କର୍ମଚାରୀ. ଜେଲର. ସୁପରିଣ୍ଟେଣ୍ଡଟ. ମାନଂକୁ ସାରା ପୃଥିବୀରେ ପ୍ରଶଂସା ର ସୁଅ ଛୁଟିଥିଲା.. କହିବାକୁ ଗଲେ ବିଶ୍ୱ ର ଶିକ୍ଷିତ ସମାଜରେ ଭାରତ ଆଉ ଏକ ନାଁ ରଖିଲା.. ଜଣେ 32 ବୟସ ର ଯୁବକ ଆଜୀବନ କାରାଦଣ୍ଡ ସଜା କାଟୁଥିବା ବେଳେ ଭାରତୀୟ ପ୍ରଶାସନିକ ର ସର୍ବୋଚ୍ଚ ପଦବୀ IAS ପରୀକ୍ଷରେ ଉତୀର୍ଣ୍ଣ ହେଇଥିଲା. ନାଁ ଅଶୋକ ରାୟ ଦିଲ୍ଲୀ ର ମେଧାବୀ ଗରିବ ଛାତ୍ର UPSC ପରୀକ୍ଷା ଦେଉଥାଏ. ଅର୍ଥ ଅଭାବ ହେବାରୁ କିଛି ପିଲାଙ୍କୁ ଟ୍ୟୁସନ କରେ ଥରେ ଜଣେ ଧନୀକ ଶ୍ରେଣୀୟ ଛାତ୍ରୀ ସୁନିତା ଆସିଲେ ଟିଉସନ ହେବାକୁ ଅଶୋକ ପ୍ରଥମେ ମନା କରୁଥିଲେ କାରଣ ସୁନିତା ଙ୍କ ଘର ଟିକେ ଦୂରରେ ଶେଷକୁ କୋଚିଂ ନେବାକୁ ନିଷ୍ପତି ହୁଏ ସୁନିତା ରୋଜ ଆସେ ଯାହା କମ୍ପିଟେଟୀଭି ପାଇଁ ସବୁ ବୁଝେ ଅନ୍ୟ ଛାତ୍ର ଛାତ୍ରୀ ବି ଥାନ୍ତି. 14ଏପ୍ରିଲ 2003 ରେ ସୁନିତା ନିଜ ଘରେ ଆତ୍ମହତ୍ୟା କରେ ସୁଇସାଇଡ଼ ନୋଟ ରେ ଅଶୋକ କୁ ଦୋଷୀ ବୋଲି ଲେଖି ଦିଏ. ଯେ ଅଶୋକ ମୋତେ ବାହା ହେବାକୁ କହି ବର୍ତମାନ ଆଉ ଜଣେ ଯୁବତୀ ସହ ସମ୍ପର୍କ ରଖୁଛି ଆଉ ମୋ ସହିତ ଶାରୀରିକ ସମ୍ପର୍କ ରଖି ଧୋକା ଦେବାରୁ ମୁ ଆତ୍ମହତ୍ୟା କରୁଛି. ଅଶୋକ ଗିରଫ ହୁଏ କେସ ଚାଲେ ତଳ କୋର୍ଟ ତାକୁ ପାଞ୍ଚ ବର୍ଷ ସଜା ସହିତ ଶାରୀରିକ ସମ୍ପର୍କ ପାଇଁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାନ୍ତି. ସେ ତିହାର ଜେଲ କୁ ସଜା କାଟିବା ପାଇଁ ଆସେ.. ଦୁଃଖରେ ଭାବେ ସମ୍ପର୍କ ତ ମୁ ରଖିଥିଲି ଠିକ କଥା (ରେପ )ତ ମୁ କରିନି ଓଲଟା ସୁନିତା କଥାରେ ମୁ ଚାଲିକି ବହୁତ ହୋଟେଲ ବୁଲିବାକୁ ଯାଇଛି ସବୁ ପଇସା ତ ସିଏ ନିଜେ ଖର୍ଚ୍ଚ କରେ. ଏହିପରି ଭାବି ଜୀବନରେ ଆଉ କଣ ଅଛି ଅନ୍ଧକାର ହେଲା ଭାବେ.. ସାତ ଦିନ ଦୁଃଖରେ କାଟୁଥିବା ବେଳେ ତା ଉପରେ ନଜର ପଡେ ଜେଲ ର ଜଣେ କର୍ମଚାରୀର.. ସେ ସବୁ ବୁଝି ଜେଲର ଙ୍କ ସାଙ୍ଗରେ କଥା ହୁଏ ଜେଲର ଶାହବ ଅଶୋକ କୁ ଡାକନ୍ତି ସବୁ ଯାହା ଘଟିଛି ବୁଝନ୍ତି ଓ ନିଜେ ଗୁପ୍ତ ଭାବେ ତଦନ୍ତ କରନ୍ତି ଅଶୋକ ଯୋଉଠି ରୁହେ ସେଠିକି ଯାଇ ସେ ପାଖା ପାଖି ଲୋକଙ୍କ ଠୁ ବୁଝନ୍ତି. ତା ପରେ ସୁନିତା ବିଷୟ ରେ ସବୁ ଗବେଷଣା କରନ୍ତି.. ତାପରେ ଜେଲର ଶାହବ ସୁପରିଣ୍ଟେଣ୍ଡଟ ଆଉ କିଛି ଶିକ୍ଷିତ କର୍ମଚାରୀ ମାନଙ୍କ ସହିତ ପରାମର୍ଶ କରନ୍ତି ଅଶୋକ କୁ ଡକାହୁଏ ଆଉ ଥରେ UPSC ପରୀକ୍ଷା ଦେବାକୁ କୁହନ୍ତି ଯାହା ସୁବିଧା ଦରକାର ସବୁ ଦିଆଯିବ କୁହନ୍ତି ସେତିକି ଶୁଣିଲା ପରେ ଅଶୋକ କାନ୍ଦି କାନ୍ଦି ସମସ୍ତଙ୍କୁ ମୁଣ୍ଡିଆ ମାରେ.. ଯେମିତି ନୂଆ ଜୀବନ ପାଇଲା.. ଯାହା ଖବର ଅଛି ପୂର୍ବତନ ଜେଲର ଶାହବ ଙ୍କ ଡାଏରୀରେ ଅଶୋକ ନିଜେ ରାତି ଆଠଟାରୁ ଦୁଇଟା ତିନିଟା ପର୍ଯ୍ୟନ୍ତ ସେଲ ରେ ପଢୁଥାଏ ଯାହା ବହି ମାଗେ ତାକୁ ଆଣି ଦିଆହୁଏ.. ଜଣେ ଆଜୀବନ ସଜା କାଟୁଥିବା ଅପରାଧୀ ର ଯାହା କାମ ଥାଏ ସ୍ୱ ଇଛାରେ କରେ ଯେତେବେଳେ IAS ପରୀକ୍ଷା ରେ ପ୍ରଥମ ପ୍ରିଲିମନାରୀ ପାସ କରେ ଜେଲ ପ୍ରଶାସନ ର ଉତ୍ସାହ ବଢିଯାଏ ବେଳେ ବେଳେ ସୁପରିଣ୍ଟେଣ୍ଡେଣ୍ଟ କର୍ମଚାରୀ ମାନଂକୁ କୁହନ୍ତି ଅଶୋକ କୁ କୌଣସି କଷ୍ଟ କାମ ଦେବା ଉଚିତ ନୁହେଁ କିନ୍ତୁ ଅଶୋକ ନିଜେ ତାର କାମରେ ଢିଲା ଦିଏନି ସବୁବେଳେ ହସୁଥାଏ ଖାଲି କୁହେ ସାର ମେନ ପରୀକ୍ଷରେ ଆରାମରେ ପାର କରିବି ଫିଲ୍ମ ହିରୋ ରାଜ କାପୁର ଙ୍କ ଏକ ଡାଏଲଗ ବେଳେ ବେଳେ ଦିଏ. ଜେଲ ପ୍ରଶାସନ ବି ଖୁସ… ମେନ ପରୀକ୍ଷା ରେଜଲ୍ଟ ବାହାରିବା ଦିନ ଅଶୋକ ଯେତେ ଚିନ୍ତାରେ ନଥାଏ ପୁରା ଜେଲ ପ୍ରଶାସନ ର ନଜର ରେଜଲ୍ଟ ଉପରେ ରାତି ବାରଟା ଅଶୋକ ଶୋଇଛି ତାକୁ ଜେଲର ଶାହବ ଓ ଦୁଇ ତିନିଜଣ କର୍ମଚାରୀ ଆସି ନିଦରୁ ଉଠେଇ ଅଫିସ କୁ ଆଣି ଗୋଟିଏ ଚିଆରରେ ବସେଇଲେ.. ମେନ ପରୀକ୍ଷା ବି ପାସ.. ରହିଲା (ଭାୟାବସ).. ଯୋଉଦିନ ଭାୟାବସ ଥିଲା କୁହାଯାଏ ଅଶୋକ କୁ ଏକ କାର ରେ ଜେଲ କର୍ମଚାରୀ ମାନେ ଆଣିଥିଲେ ଓ ପରୀକ୍ଷା ନେବାପାଇଁ ସାତ ଜଣ ବିଭିନ୍ନ ବିଭାଗ ର ଅଧିକାରୀ ଆସିଥଲେ.. ଶେଷକୁ 2008 ରେ ରେଜଲ୍ଟ ବାହାରିଲା ଅଶୋକ ବହୁତ ଅଧିକା ନମ୍ବର ରେ ପାସ କରିଛି ସମସ୍ତେ ଖୁସ. କିନ୍ତୁ ଆଜୀବନ ସଜା କିଏ କାଢ଼ିବ ପୁଣି ଆଇନି ଚାଲିଲା ଉପର କୋର୍ଟ ରେ ଆଗରୁ ଅପିଲ କିଏ କରିଥିଲା ସେ ପାଞ୍ଚ ବର୍ଷ ହେବ ଜେଲରେ ଶୁଣାଯାଏ ଅଶୋକ ସିନା ଭିତରେ ଥିଲା ଦୁଇ ପୋଲିସ ଅଧିକାରୀ ଗୋଟିଏ ଓକିଲ ସାଙ୍ଗରେ ଟାଇମ ଟୁ ଟାଇମ ସମ୍ପର୍କ ରେ ରହିଥିଲେ ଶେଷକୁ ହାଇକୋର୍ଟ ରୁ ସଜା ମାଫ ର ଅର୍ଡର ଆସିଲା ପୁନର୍ବାର କେସ ର ଛାନଭିନ୍ନ ହେଇଥିଲା ତିନିଜଣ ଜଜ ଙ୍କ ବେଞ୍ଚ ଶକ୍ତ ଭାବରେ ଆଗରୁ ଯେଉଁମାନେ ସାକ୍ଷୀ ଥିଲେ ଡକା ହେଇଥିଲେ ସେଥିରୁ କିଛି ସାକ୍ଷୀ ପ୍ରଶ୍ନ ର ଉତ୍ତର ଦେଇ ପାରିଲେନି ମନେ ପଡୁନି ବୋଲି କହିଲେ. ଏପଟେ ଅଶୋକ ଓ ଭାରତର ପ୍ରସିଦ୍ଧ ତିହାଡ଼ ଜେଲ ବି ଖୁସ.. ଠିକ ତାର ଦୁଇ ଦିନ ପରେ (NCW)national commision woman ତରଫରୁ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ରେ କେସ ଫାଇଲ କଲେ ଚାରି ଜଣ ଦିଲ୍ଲୀ ର ମହିଳା ଓ ଅର୍ଜି କଲେ ଗୋଟିଏ ନିରୀହ ଝିଅକୁ ବର୍ବାଦ କରିଛି IAS ଆମେ କରେଇଦେବୁନି.. ପୁଣି ମୁସ୍କିଲ ତିହାଡ଼ ଜେଲ ରେ ପୁଣି ଘନ ଘନ ମିଟିଙ୍ଗ ଶୁଣାଯାଏ ଜେଲ ପ୍ରଶାସନ ବାହାରେ ବି କିଛି IAS. IPS ମନେ ଏ ବିଷୟକୁ ଗମ୍ଭୀର ଭାବରେ ନେଇ ସର୍ବୋଚ୍ଚ ଅଦାଲତ ରେ ଓକିଲାତି କରିବାକୁ ଅଣ୍ଟା ଭିଡ଼ିଥିଲେ.. ଶେଷକୁ ସର୍ବୋଚ୍ଚ ନ୍ୟାୟଲୟ ହାଇକୋର୍ଟ ଅର୍ଡର କୁ କାଏମ ରଖିଥିଲେ…2010ରେ ଏକ ପ୍ରସିଦ୍ଧ ଖବର କାଗଜରେ ସୁନିତା ର ପରିବାର ଉପରେ ଏକ ଆଟିକିଲ କୁ ନେଇ ପ୍ରଶ୍ନ ଉଠିବା ବେଳେ ପ୍ରେସ କାଉନସିଲ ବାରଣ କରିଥିଲା ତା ପରେ କେବଳ ଅଶୋକ ରାୟ ଙ୍କ ଉପରେ ବାହାରିଲା ସିନା ବାକି ସବୁ ଛାପିବା ବନ୍ଦ ହେଲା…ପୋଲିସ ଜେଲ ଓ ଅପରାଧୀ ଉପରେ ଏ ବିଷୟଟି ପୁରା ପ୍ରଶଂସା କେବଳ ଜଣେ ପୋଲିସ ବାବୁ ଙ୍କ ଉପରେ ସବୁଦିନ ପାଇଁ ଲିପିବଦ୍ଧ ହେଇଗଲା..ୟେ ସମସ୍ତ ବିବରଣୀ ଯିଏ ସମ୍ପୂର୍ଣ ଜାଣିବାକୁ ଚାହିଁବେ ଗୁଗଲ ରେ ଅଛି ଜାଣି ପାରିବେ….

Leave a Reply

Your email address will not be published. Required fields are marked *