Spread the love

କଟକ ଦର୍ଶନ ସମୀକ୍ଷା :ତେରାପନ୍ଥ ମହିଳା ମଣ୍ଡଳ ଏକ ସମ୍ପୂର୍ଣ୍ଣ ସେବା ମୂଳକ ସଂଗଠନ । ବିଶେଷ କରି ଏହି ସଂଗଠନ ଟି ଅପ ସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି। ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାକୁ ସେମାନଙ୍କ ର ସାମାଜିକ ଅର୍ଥନୈତିକ ଏବଂ ଶିକ୍ଷା ବିକାଶ ଉପରେ ଏହି ସଂଗଠନ ଟି ସବୁବେଳେ ଗୁରୁତ୍ବ ଦେଇ ଆସିଛି। ଏଥି ସହିତ ମହିଳା ମାନଙ୍କୁ ବିଭିନ୍ନ ସମାଜ କଲ୍ୟାଣ ଏବଂ ସେବା କରିବା ପାଇଁ ଏହି ସଂଗଠନ ର ମୂଳଲକ୍ଷ୍ୟ ବୋଲି ତେରାପନ୍ଥ ମହିଳା ମଣ୍ଡଳ ର ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀମତୀ ସରିତା ଜି ଡାଗା ଆଜି ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କଟକ କାଠ ଗଡା ସାହି ସ୍ଥିତ ତେରାପନ୍ଥ ଭବନ ଠାରେ ଆଜି ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ଵାରା କ୍ଷେତ୍ରୀୟ କର୍ମଶାଳା ‘ ଲକ୍ଷ୍ୟ ଅନୁଷ୍ଠିତ ହୋଇଯାଇଛି। କଟକ ଶାଖାର ସଭାପତି ଲଳିତା ସିଂହି ଏହି କର୍ମଶାଳାରେ ସଭାପତିତ୍ବ କରି ସ୍ଵାଗତ କରିଥିଲେ। ରାଷ୍ଟ୍ରୀୟ ଅଧକ୍ଷ୍ୟା ଶ୍ରୀମତୀ ସରିତା ଜି ଡାଗା ଆନୁଷ୍ଠାନିକ ଭାବରେ ଲକ୍ଷ୍ୟ କର୍ମଶାଳାକୁ ଉଦ୍ଘାଟନ କରି କହିଲେ ମହିଳା ଶସ୍ତ୍ରିକରଣ କୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଡାଗା ଉଦ୍ଘାଟନ କରିଥିଲେ। ତାଙ୍କୁ ସ୍ଵାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ସମ୍ପାଦିକା ଲିତୁ ଜି ୱସ୍ତ ୱାଲ୍ କର୍ମଶାଳା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକାରୀ କମିଟି ର ସଦସ୍ୟ ରଞ୍ଜୁ ଜୀ ଲୁନୀଆ,ନିରୁ ଜୀ ପୋଗଲିଆ, ଇନ୍ଦିରାଜି ଲୁନିଆ ପ୍ରମୁଖ ଉପସ୍ଥିତ ଥିଲେ। ଅଖିଳ ଭାରତ ତେରାପନ୍ଥ ମହିଳା ମଣ୍ଡଳର ସମଗ୍ର ଭରତ ବର୍ଷରେ 500 ଟି ଶାଖା ଅଛି। 60 ହଜାର ରୁ ଉର୍ଦ୍ଧ୍ବ ସଦସ୍ୟ ଅଛନ୍ତି। ଓଡ଼ିଶାରେ 18 ଟି କ୍ଷେତ୍ରରେ କେନ୍ଦ୍ର ସହିତ ଜଡିତ ଅଛନ୍ତି।

Leave a Reply

Your email address will not be published. Required fields are marked *