ମୁଁ ଅନେକ ମୁଖ୍ୟମନ୍ତ୍ରୀଙ୍କ ସହ ମିଶିଛି। ପ୍ରଗତିବାଦୀରେ ଥିବାବେଳେ ୧୯୮୦ରେ ଜଗତସିଂହପୁରରେ ଛାବିରାଣୀ ଧର୍ଷଣ-ହତ୍ୟାକାଣ୍ଡ ହେଲା।ପ୍ରଦ୍ୟୁମ୍ନ ବଳ ଓ ମୁଁ ଏ ନେଇ ତୀବ୍ର ଭାବରେ ଲେଖୁଥିଲୁ- ରବି ଦାସ ବରିଷ୍ଟ ସାମ୍ୱାଦିକ

Spread the love

‘ମୁଁ ଅନେକ ମୁଖ୍ୟମନ୍ତ୍ରୀଙ୍କ ସହ ମିଶିଛି। ପ୍ରଗତିବାଦୀରେ ଥିବାବେଳେ ୧୯୮୦ରେ ଜଗତସିଂହପୁରରେ ଛାବିରାଣୀ ଧର୍ଷଣ-ହତ୍ୟାକାଣ୍ଡ ହେଲା।
ପ୍ରଦ୍ୟୁମ୍ନ ବଳ ଓ ମୁଁ ଏ ନେଇ ତୀବ୍ର ଭାବରେ ଲେଖୁଥିଲୁ।

ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ମୋତେ ଡାକିଲେ। କହିଲେ-ନାଁ ମ, କଥାଟା ଠିକ ନୁହେଁ, ସେ ଝିଅର ଚରିତ୍ର ଭଲ ନାହିଁ।
ମୁଁ କହିଲି- ଯଦି ବି ହେଲା, ଧର୍ଷଣ-ହତ୍ୟାକୁ କଣ ଠିକ କୁହାଯାଇପାରିବ?

ମୁଁ ଜାତୀୟ ଖବରକାଗଜରେ ଥିବା ବନ୍ଧୁମାନଙ୍କୁ ତଥ୍ୟ ଦିଏ, ସେମାନେ ବି ଖବର ଛାପୁଥାନ୍ତି। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଏହାକୁ ନେଇ କଠୋର ଆଭିମୁଖ୍ୟ ଦେଖାଇ ସାରିଥିଲେ।’- ରବି ଦାସ, ସହ-ପ୍ରତିଷ୍ଠାତା, ପ୍ରଗତିବାଦୀ

୧୯୮୦: ଛାବିରାଣୀ ଧର୍ଷଣ-ହତ୍ୟାକାଣ୍ଡ
•୧୯୯୧: କଟକ ଦୌରା-ଜଜଙ୍କ କୋର୍ଟରେ ୮ ଦୋଷୀ ସାବ୍ୟସ୍ତ
•୧୯୯୩: ସମସ୍ତ ଦୋଷୀ ହାଇକୋର୍ଟରେ ଦୋଷମୁକ୍ତ
•୨୦୦୨: ସୁପ୍ରିମ କୋର୍ଟରେ ହାଇକୋର୍ଟ ରାୟ ରଦ୍ଦ, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

Leave a Reply

Your email address will not be published. Required fields are marked *