ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ ଅନୁଷ୍ଠିତ
ପାରଳାଖେମୁଣ୍ଡି, ୧୮.୦୬.(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା ସମୟରେ ଜନସାଧାରଣଙ୍କୁ କିପରି ସୁରକ୍ଷିତ ବାବେ ଉଦ୍ଧାର କରାଯାଇ ପାରିବ ସେନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି।

ଆଜିର ଏହି କାର୍ଯ୍ୟକ୍ରମେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏସପିସି ସୁବୋଧ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁନିଦ୍ର ହୋନନାଗା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଡେପୁଟି ଏସପି ମାଧବ ନନ୍ଦ ନାୟକ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଧୀରେନ କୁମାର ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଗଜପତିରେ ନକଲି ମାନବାଧିକାର କର୍ମୀଙ୍କ ଠକେଇର ପର୍ଦାଫାଶ : ପୂର୍ବତନ ସରପଞ୍ଚଙ୍କ ସମେତ ୩ ଗିରଫ
ପାରଳାଖେମୁଣ୍ଡି, 18/6(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାରେ ନକଲି ମାନବାଧିକାର କର୍ମୀଙ୍କ ଠକେଇ କାରବାରର ଏକ ରାକେଟକୁ ପୋଲିସ ପର୍ଦାଫାଶ କରିଛି. ଏହି ଘଟଣାରେ ଜଣେ
ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡବା ପୋଲିସ ଗତକାଲି କଟାମା ପଞ୍ଚାୟତ ପୂର୍ବତନ ସରପଞ୍ଚ ହାଡ଼ିଆ କନ୍ଧ, ଦାସିଙ୍ଗବାଡ଼ି ଗ୍ରାମର ରୁପାନି ନାୟକ ଓ ଅଲିଗଣ୍ଡା ଗ୍ରାମର ରଶାଳୀ ସଭାପତିଙ୍କୁ ଅଡବା ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି. ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଅଲିଗଣ୍ଡା ଗ୍ରାମର ସବିତା ସାହୁ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ ଯେ ସୋମବାର ସକାଳ ପ୍ରାୟ ସାଢେ ୯ ଘଣ୍ଟା ସମୟରେ ନିଜକୁ ମାନବାଧିକାର ତଥା ଏନ୍ଜିଓ କର୍ମୀ ବୋଲି ପରିଚୟ ଦେଇ ଏହି 3 ଜଣ କହିଥିଲେ, ତୁମ ନାମରେ ଗୋଟିଏ ଅଭିଯାଗ ଆସିଛି। ତାହାର ରଫାଦଫା କରିଦେବୁ. ହେଲେ ଏଥିପାଇଁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାପାଇଁ ଦାବି କରିଥିଲେ । ତାଙ୍କ ନାମରେ କୌଣସି ଅଭିଯୋଗ ନାହିଁ ତେଣୁ ଟଙ୍କା ଦେବାକୁ ମନା କରିଦେଇଥିଲେ ସବିତା । ୩ ଜଣ ତାଙ୍କୁ ଟଣା ଓଟରା କରିବା ସହ ମାଡ଼ ମାରି ୫ ହଜାର ଟଙ୍କା ନେଇ ଯାଇଥିବା ନେଇ ସେଠାରୁ ଚାଲି ଯାଇଥିଲେ. ସମ୍ପୃକ୍ତ ଘଟଣା ନେଇ ସବିତା ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ପରେ ଜଣା ପଡ଼ିଥିଲା ଯେ ଅଭିଯୁକ୍ତମାନେ ମିଥ୍ୟାରେ ନିଜକୁ ମାନବାଧୁକାର କର୍ମୀ ଓ ଏନଜିଓ ପ୍ରତିନିଧି ବୋଲି ପରିଚୟ ଦେଇ ନିରୀହ ଲୋକଙ୍କୁ ଭୟଭୀତ କରି ଠକି ଚାଲିଛନ୍ତି. ତେଣୁ ପୋଲିସ ସେହି 3 ଠକକୁ ଗିରଫ କରି କୋୖର୍ଟଚାଲାଣ କରିଥିଲେ.
ବେଆଇନ ବାଲିଚାଲାଣ….. ୩ ବାଲି ବୋଝେଇ ଟ୍ରାକ୍ଟର ଜବତ ଓ 3 ଜଣ ଗିରଫ
ପାରଳାଖେମୁଣ୍ଡି, 18/6(ତାରିଣୀ ପ୍ରସାଦ ପଣ୍ଡା):
ବେଆଇନ ବାଲିଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ୩ ଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି. ଅଡ଼ବା ନଦୀରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏଥିସହ ୩ ଜଣକୁ ଗିରଫ କରାଯାଇଥିବା ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଜଣାଇଛନ୍ତି। ପୁଲିସ ସୂଚନା ପ୍ରକାରେ ଅଡ଼ବା ନଦୀରେ କିଛି ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଖବର ମିଳିଥିଲା।

ଅଡ଼ବା ଥାନା ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ଜବତ କରାଯାଇଥିଲା. ଏହି ଘଟଣା ନେଇ ଅଡ଼ବା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।
[18/06, 17:43] Anupam Bharat Rajat Mohapatra Bbsr: ମହେନ୍ଦ୍ରଗିରିରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ
ପାରଳାଖେମୁଣ୍ଡି, 18/6(ତାରିଣୀ ପ୍ରସାଦ ପଣ୍ଡା): ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳା ଆୟୋଜନ ନାମରେ ମହେନ୍ଦ୍ର ପର୍ବତର ଜଙ୍ଗଲରେ ବହୁ ଗଛ କଟାଯିବା ସହ ପାହାଡ଼ରୁ ମୋରମ ଉଠା ଯାଇଛି. ଏଥିନେଇ ବିଶ୍ଵାବସୁ ଆଦିବାସୀ ସମ୍ପ୍ରଦାୟ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ. ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିବା ବେଳେ ମହେନ୍ଦ୍ରମେଳା ଆୟୋଜନ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଓଡିଶା ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡି କମିଟି ଗତକାଲି ମହେନ୍ଦ୍ରଗିରିରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି. ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏହି ଟିମ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଫ୍ୟାକ୍ସ ଫାଇଣ୍ଡିଂ ଟିମ୍ ପହଞ୍ଚି ମହେନ୍ଦ୍ରଗିରି ଅନୁଧ୍ୟାନ କରିଥିଲେ। ଏହି ଟିମରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନାଲି ସାହୁ, ମନୀଷା ଦାସ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନୀଳମାଧବ ହିକାକା ଓ ଶଙ୍କର ପ୍ରଧାନ ସାମିଲ ଥିଲେ। ପ୍ରତିନିଧ ଦଳ ସ୍ଥାନୀୟ ଆଦିବାସୀଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ତ ଘଟଣାର ସମୀକ୍ଷା ଓ ଅନୁଧ୍ୟାନ କରି ଏହାର ରିପୋର୍ଟ ପିସିସି ସଭାପତିଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।












Leave a Reply