ଅପ୍ରିୟ କଥା !
ଫଟୋ ବି କଥା କହେ !
ରଜ ବିଶେଷାଙ୍କ:
(ରଜଦୋଳିକୁ ନେଇ ଦୁଇଟି କବିତା)
ଭାଗ – ୨
ସମୟ ଥିଲା ରଜ ସମୟରେ ଗାଁ ଆମ୍ବ ତୋଟାରେ ଦୋଳି ଖେଳ ନିଶାରେ ଘରକୁ ଆସିବାକୁ ଭୁଲି ଯାଉଥିଲେ ।ବାହାରୁ ଜବରଦସ୍ତ ଘରୁକୁ ଟାଣି ଘୋଷାରି ଆଣିବାକୁ ପଡୁଥିଲା !
ଆଜି ଏମିତି ସମୟ ଆସିଛି ଘର କୋଣରେ ବସି ମୋବାଇଲ ଗେମ୍ ନିଶାରେ ୨୩ ଘଣ୍ଟା ୫୯ ମିନିଟ ବ୍ୟସ୍ତ । ରଜ ଦୋଳି କଥା ପାଶୋରି ଗଲେଣି ।ଘରୁ ବାହାରକୁ ଜବରଦସ୍ତ ନେଲେ ବି ଯିବାକୁ ନାରାଜ ।
ଭାଗ – ୩
ଆଜିକାଲି ରଜଦୋଳିକୁ ନେଇ ଅଜା ଆଈ ଭାରି ଅନୁତାପ କରୁଛନ୍ତି ।ଅଜା କହିଲେ ତାଙ୍କ ସମୟରେ ସ୍ମାର୍ଟ ଫୋନ ଆସିଥିଲେ ନଈ କୂଳରେ ଟିକେ ମଜା ନେଇଥାନ୍ତେ ।ରିଲ୍ ବନେଇ ସୋସିଆଲ ମିଡିଆରେ ନାଁ କରିଥାନ୍ତେ ।ପଇସା କମେଇ ମଜା କରିଥାନ୍ତେ ।
ବୁଢ଼ୀ ଆଈ କିନ୍ତୁ ଭାରି ସଂସ୍କୃତି ପ୍ରେମୀ ।ଅଜାକୁ କହିଲେ ବୁଢ଼ାଟିଏ ହେଲଣି ତଥାପି ତୁମର ନଖରାମି ଯାଉନି । ହଇହୋ ସୋସିଆଲ ମିଡିଆରେ ରିଲ୍ ବନେଇଲେ ଆମ ପରମ୍ପରା ବଞ୍ଚିବ କି ? ଭଲ ହେଇଛି ଆମ ସମୟରେ ସ୍ମାର୍ଟ ଫୋନ ଆସି ନଥିଲା ।ନହେଲେ ଏ ପରମ୍ପରା ନଷ୍ଟ କରୁଥିବା ଯୁବ ପୀଢ଼ି ପରି ଆମେ ବି ବିଗିଡ଼ି ଯାଇଥାନ୍ତେ ।
⬇️⬇️












Leave a Reply