Spread the love

. *💎 ଶ୍ରୀଭଗବାନୁବାଚ 💎*

*⚜️ ହନ୍ତ ତେ କଥୟିଷ୍ୟାମି ଦିବ୍ୟା ହ୍ୟାତ୍ମବିଭୂତୟଃ। ପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ।*

*🔱 ଭଗବାନଙ୍କ ଶକ୍ତି ଓ ସମ୍ପଦ ଅନନ୍ତ । ବାସ୍ତବରେ ଭଗବାନଙ୍କର ସବୁକିଛି ଅନନ୍ତ । ତାଙ୍କର ଅନନ୍ତ ରୂପ, ଅନନ୍ତ ନାମ, ଅନନ୍ତ ଧାମ, ଅନନ୍ତ ଅବତାର, ଅନନ୍ତ ଲୀଳା, ଅନନ୍ତ ସନ୍ଥ ଇତ୍ୟାଦି ସବୁକିଛି ଅନନ୍ତ । ଏଣୁ ବେଦ ତାଙ୍କୁ ଅନନ୍ତ ଭାବେ ନାମିତ କରିଥାଏ:-*

*⚜️ ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା (ଶ୍ୱେତାଶ୍ୱତର ଉପନିଷଦ ୧.୯)*

*🔱 “ଭଗବାନ ଅନନ୍ତ ଅଟନ୍ତି ଏବଂ ଅସଂଖ୍ୟ ରୂପରେ ସେ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ । ବ୍ରହ୍ମାଣ୍ଡର ଶାସକ ହୋଇ ମଧ୍ୟ ସେ ଅକର୍ତ୍ତା ଅଟନ୍ତି ।” ରାମାୟଣ ବର୍ଣ୍ଣନା କରେ:-*

*⚜️ ହରି ଅନନ୍ତ ହରି କଥା ଅନନ୍ତା*

*🔱 “ଭଗବାନ ଅନନ୍ତ ଅଟନ୍ତି ଏବଂ ଅନନ୍ତ ଅବତାରରେ ତାଙ୍କର ଲୀଳା ମଧ୍ୟ ଅନନ୍ତ ।” ମହର୍ଷି ବେଦବ୍ୟାସ ତ ଏପରି କହନ୍ତି ଯେ:-*

*🔱 ଯୋ ବା ଅନନ୍ତସ୍ୟ ଗୁଣାନନନ୍ତାନ୍ ଅନୁକ୍ରମିଷ୍ୟନ୍ ସ ତୁ ବାଲ-ବୁଦ୍ଧିଃ । ରଜାନ୍‌ସି ଭୂମେର୍ ଗଣୟେତ୍ କଥଞ୍ôଚତ୍ କାଳେନ ନୈବାଖିଲଶକ୍ତି ଧାମ୍ନଃ । । (ଭାଗବତ, ୧୧.୪.୨)*

*🔱 ଯେଉଁମାନେ ଏପରି ଭାବନ୍ତି ଯେ ସେମାନେ ଭଗବାନଙ୍କ ଗୁଣର ଗଣନା କରିପାରିବେ, ସେମାନଙ୍କର ବୁଦ୍ଧି ବାଲ୍ୟସ୍ୱଭାବଯୁକ୍ତ ଅଟେ । ପୃଥିବୀର ସମସ୍ତ ଧୂଳିକଣାକୁ ଆମେ ଗଣି ନେଇପାରିଲେ ବି ଭଗବାନଙ୍କର ଅନନ୍ତ ଗୁଣକୁ ଗଣିପାରିବା ନାହିଁ।*

.

Leave a Reply

Your email address will not be published. Required fields are marked *