Spread the love

ପୁଣି ଦୂତୀଅ ଥରପାଇଁ ବହୁ ସଂଖ୍ୟା ଭୋଟରେ ବିଜୟୀ ହେଲେ ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ ବେହେରା ।

ନିମାପଡ଼ା, ୧୭/୦୬: (ଦର୍ଶନ ସମୀକ୍ଷା)

ନିମାପଡ଼ାର ଏକମାତ୍ର ସର୍ବପୁରାତନ ସାମ୍ବାଦିକ ଅନୁଷ୍ଠାନ ନିମାପଡ଼ା ପ୍ରେସକ୍ଲବର ସାଙ୍ଗଠନିକ ନିର୍ବାଚନ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ୩୮ଜଣ ସଭ୍ୟ/ସଭ୍ୟାଙ୍କୁ ନେଇ ଗଠିତ ନିମାପଡ଼ା ପ୍ରେସକ୍ଲବର ଏହି ସଂଘର୍ଷପୂର୍ଣ୍ଣ ନିର୍ବାଚନରେ ପୂର୍ବତନ ସଭାପତି ଅକ୍ଷୟ କୁମାର ବେହେରା ତାଙ୍କ ପ୍ରତିଦ୍ବନ୍ଦୀ ଚିତ୍ତରଞ୍ଜନ ମହାନ୍ତିଙ୍କ ଠାରୁ ୧୦ଟି ଅଧିକ ଭୋଟ ପାଇ ପୁନଃରବାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କ ପ୍ରତିଦ୍ବନ୍ଦୀ ଅରୁଣ ମହାପାତ୍ରଙ୍କ ଠାରୁ ୮ଟି ଅଧିକ ଭୋଟ ପାଇ ଉପସଭାପତି ଭାବେ ଏବଂ ପ୍ରଦ୍ୟୁମ୍ନ ବେହେରା ତାଙ୍କ ପ୍ରତିଦ୍ବନ୍ଦି ଜୋସେଫ ଲେଙ୍କାଙ୍କ ଠାରୁ ୧୪ଟି ଅଧିକ ଭୋଟ ପାଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ରମାକାନ୍ତ ବେହେରା ସମ୍ପାଦକ ଏବଂ ବିଶ୍ୱଜିତ ମିଶ୍ର ସହ ସମ୍ପାଦକ ଭାବେ ଅପ୍ରତିଦ୍ବନ୍ଦି ଭାବେ ବିଜୟଲାଭ କରିଥିଲେ। ନବ ନିର୍ବାଚିତ ସଭାପତି ଅକ୍ଷୟ ବେହେରା ଅନୁମୋଦନ କ୍ରମେ ନିମାପଡା ପ୍ରେସ କ୍ଲବର ସଂଗଠନ ସମ୍ପାଦକ ଭାବେ ପୁନଃବାର ସୁଦର୍ଶନ ବେହେରାଙ୍କୁ ମନୋନୀତ କରାଯାଇଥିଲା।ଏହି ନିର୍ବାଚନକୁ ସୁଚାର ରୂପେ ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ଜୟଦେବ ମିଶ୍ର। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବର ଉପଦେଷ୍ଟା ଖ୍ରୀତିଶୀ ମହାନ୍ତି, ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ, କାଉନସିଲର ରାଜକିଶୋର ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *