Spread the love

୧୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ ୪ଗିରଫ ଏବଂ ୩ ବାଇକ ଜବତ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ପୋଲିସ ହାତରେ ଧରାପଡ଼ିଛନ୍ତି ଆନ୍ତରାଜ୍ୟ ଗଞ୍ଜେଇ ବେପାରୀ।
ଆଜି ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଅଞ୍ଚଳ ରେ କମ୍ବଳ ବେପାର ଆଳରେ ଗଞ୍ଜେଇ କାରୋବାର କରି ଆସୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ ପୋତଖାଲ କଲୋନୀ ନିକଟରେ ତିନି ଜଣ ଉତ୍ତର ପ୍ରଦେଶ ର କମ୍ବଳ ବେପାରୀ ସମେତ ଜଣେ କାଲିମେଳା ଥାନା ଅଧୀନ ଦୋରାଗୁଡା ଗ୍ରାମ ର ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ 100 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ତିନି ଗୋଟି ମଟର ସାଇକେଲ ଚାରିଟି ମୋବଇଲ ଫୋନ୍ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ର ଜିସାନ ମହମ୍ମଦ(୩୨),ଅବତାଵ ଅଲ୍ଲୀ(୨୪)ଅରମାନ ଖାନ(୧୯),ଏବଂ କାଲିମେଳା ଥାନା ଅଧୀନ ଦରାଗୁଡା ଗ୍ରାମ ର ଇର୍ମା ପଡିଆମୀ(୩୫) ଙ୍କୁ ଆଜି କାଲିମେଳା ପୋଲିସ ଗିରଫ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଥିବା ବେଳେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ଲକ୍ଷ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *