ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ୍ ଭଳି ସେ ଖସିଲେ କି । ରଘୁବର ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ସୁସମ୍ପର୍କ ରଖିବା ସହ ଲୋକମାନଙ୍କର ଅଭିଯୋଗ ଶୁଣୁଥିଲେ ବୋଲି ବିଜେପି ପ୍ରକାଶ କରିଛି । ଏହାର ଜବାବରେ ବିଜେଡି କହିଛି ୩୦ ଜିଲ୍ଲାରୁ ରଘୁବର ଆଣିଥିବା ଅଭିଯୋଗର ସମାଧାନ କେତେ ହୋଇଛି । ଏହା ରାଜ୍ୟ ସରକାର ପ୍ରକାଶ କରନ୍ତୁ । ସେ ଯେଉଁ ୩୦ ଜିଲ୍ଲା ବୁଲୁଥିଲେ ବିଜେପିର ଏଜେଣ୍ଟ ହୋଇ ସ୍ଥିତି ବୁଝୁଥିଲେ । ବିଜେଡିକୁ ବଦନାମ କରୁଥିଲେ । କୌଣସି ସ୍ଥାନରେ ମାଟି ଗାଣ୍ଡୁଏ ପକାଇବା କ୍ଷମତା ରାଜ୍ୟପାଳଙ୍କ..
ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର୍ଯ୍ୟାକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ ଚର୍ଚ୍ଚା ଏବେ କମିନି ।
ସେ କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି । ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ରଘୁବର ଜଣେ ଲୋକପ୍ରିୟ ରାଜ୍ୟପାଳ ବୋଲି ପ୍ରକାଶ କରିଛି ।