ଓଡିଆ ପାଠ୍ୟ ପୁସ୍ତରେ ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ,ଅଧିକାରୀ ଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ କ୍ଷତି ଅର୍ଥ ଆଦାୟ ହେଉ -କଳୀଙ୍ଗସେନା

Spread the love

କଳିଙ୍ଗସେନା କାର୍ଯ୍ୟାଳୟ
ଓଡିଆ ପାଠ୍ୟ ପୁସ୍ତରେ ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ : କଳିଙ୍ଗସେନା
ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ କ୍ଷତି ଅର୍ଥ ଆଦାୟ ହେଉ

ଭୁବନେଶ୍ୱର, ତା ୧୭/୦୬/୨୦୨୬- ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକରେ ଯେଉଁ ଅକ୍ଷମଣୀୟ ତ୍ରୁଟି ହୋଇଛି ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରନ୍ତୁ । ଏଥି ସହିତ ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ଅଧିକାରୀ/କର୍ମଚାରୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ସମସ୍ତ କ୍ଷତି ଅର୍ଥ ସେମାନଙ୍କ ଠାରୁ ଆଦାୟ ପାଇଁ ଦାବି କରିଛି କଳିଙ୍ଗସେନା ।

ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ ସଦ୍ୟ ପ୍ରକାଶିତ ଓଡିଆ ପାଠ୍ୟପୁସ୍ତକରେ ଯେଉଁଭଳି ଭାବେରେ ହଜାର ହଜାର ତ୍ରୁଟି ପରିଲକ୍ଷିତ ହୋଇଛି ତାହା ଓଡିଶା ଶିକ୍ଷା ଇତିହାସରେ ବିରଳ । ଏଥିରେ କେବଳ ବରପୁତ୍ରମାନଙ୍କ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି ତାହା ନୁହେଁ, ଓଡିଶା ବିଧାନସଭାର ଫଟୋଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋଚିତ୍ର ଲଗାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ବିଭାଗୀୟ ମନ୍ତ୍ରୀ କିମ୍ବା ଅଫିସର କେହି ସମ୍ବେଦନଶୀଳ ନୁହନ୍ତି । ବହି ପିଲାଙ୍କ ପାଖକୁ ଯିବା ପୂର୍ବରୁ ଅନ୍ତତଃ ଥରୁଟିଏ ଆଖି ପକାଇ ଦେଇଥିଲେ ଏଭଳି ହୋଇନଥାନ୍ତା ।

ଶ୍ରୀ ରଥ କହିଛନ୍ତି ଯେ କେଉଁ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ଏହି ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିଲେ ଓ ସେମାନେ କେତେ ଟଙ୍କା ନେଇଛନ୍ତି ରାଜ୍ୟ ସରକାର ତାହା ସାର୍ବଜନୀନ କରନ୍ତୁ । ଲକ୍ଷାଧିକ ପୁସ୍ତକ ଛପେଇ ଅର୍ଥ ପାଣିରେ ପଡିଥିବାରୁ ତୁରନ୍ତ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହିତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ସମସ୍ତ ଅର୍ଥ ଆଦାୟ କରନ୍ତୁ । ରାଜ୍ୟ ସରକାର ଯେତେଶୀଘ୍ର ସମ୍ଭବ କଠୋର ପଦକ୍ଷେପ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ସଠିକ୍‍ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ଶ୍ରୀ ରଥ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *