ଗଡମେକର୍ ସାଂସ୍କୃତିକ ବିଚିତ୍ରା ରଜମଉଜ
ପଟ୍ଟାମୁଣ୍ଡାଇ ତା ୧୫/୬- (ଦର୍ଶନ ସମୀକ୍ଷା)
ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର୍) ପକ୍ଷରୁ ସାଂସ୍କୃତିକ ବିଚିତ୍ରା “ରଜମଉଜ” ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ନସିପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ “ରଜମଉଜ” ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଆଇ ଆଇ ସି ଶ୍ରୀମତୀ ବନ୍ଦନା ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରଜକୁ ଓଡିଶାର ଅନ୍ୟତମ ଗଣ ପର୍ବ ଭାବେ ପରିଚିତ ରଜ ପର୍ବ ସବୁବର୍ଗର ଲୋକମାନଙ୍କ ପାଇଁ ଅପୂର୍ଵ ଖୁସି ଆନନ୍ଦର ଅବସର ସୃଷ୍ଟି କରିଛି ବୋଲି ମତ ପ୍ରକାଶ କରିଥିଲେ I ଗୁରୁଶ୍ରୀ ସମୀରଞ୍ଜନ ଦାସ ଓ ଗୁରୁଶ୍ରୀ ରମେଶ କୁମାର ଦେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ରଜମଉଜ ସଂଯୋଜିକା ସୁଶ୍ରୀ ସ୍ମୃତିପ୍ରିୟା ପ୍ରଧାନ ଓ ଦୂରଦର୍ଶନ ନୃତ୍ୟଶିଳ୍ପୀ ସମ୍ପୂର୍ଣ୍ଣାଇନ୍ଦୁ ପାଣି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗଡମେକର୍ ରଜମଉଜ କାର୍ଯ୍ୟକ୍ରମକୁ ସାଇସ୍ବରାଜ ଶତପଥୀ ଓ ସୁଶ୍ରୀ ସମନ୍ବିତା ଦାଶ ଉପସ୍ଥାପନା କରିଥିବା ବେଳେ ସୁଶ୍ରୀ ବୈଶାଖୀ ରାଉତ, ବିଶ୍ବମୋହିନୀ ଦାସ, ରୀତା ସେଠୀ, ଧ୍ରୁବଚରଣ ସାହୁ, ଅଞ୍ଜଳି ପାଣି ପ୍ରମୁଖ ପରିଚାଳନା କରିଥିଲେI Iଗଣକବି ଗୋପାଳ ଦାଶଙ୍କ ରଚିତ ବୃନ୍ଦଗାନ ଜୟ ଜୟ ନାରାୟଣ, ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟାଭିନୟ ନବଦୁର୍ଗା,ସମ୍ବଲପୁରୀ ନୃତ୍ୟ ମାଁ ସମଲେଇ ମାଁ, ତାଳବାଦ୍ୟ ତ୍ରିତାଲ୍ ସହିତ ନୃତ୍ୟରୂପକ “ବନସ୍ତେ ଡାକିଲା ଗଜ” ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୌମ୍ୟ ରଞ୍ଜନ ସୂତାର, ସରୋଜ ପଣ୍ଡା, ସାଇ ସମୀକ୍ଷା ସାହୁ, ସ୍ବୟଂଶ୍ରୀ ରାଉତ, ଦ୍ବିଶା ଖଣ୍ଡାୟୀ, ଗୀତାଞ୍ଜଳି ସାମଲ, ଶିବାନୀ ବେହୁରା, ପଦ୍ମିନୀ ଘଡ଼ାଇ, ପ୍ରତ୍ୟାଶା ଦାସ, ପ୍ରିୟାଂଶୀ ମଲିକ, ଟିଏସ୍ ସାଇସ୍ନିଗ୍ଧା, ସାଇ ସ୍ମିତା ଭୂୟାଁ, ଏଲ୍ ସାଇମ୍ରିନାଲ୍, ସ୍ବୟଂସିଦ୍ଧା ମହାପାତ୍ର ପ୍ରମୁଖ କଳାକାର ଓ ଶିଳ୍ପୀମାନେ ପରିବେଷଣ କରିଥିଲେ I












Leave a Reply