Spread the love

ଲିଟିଲ ଷ୍ଟାର ଗ୍ରୁପ ର ପ୍ରତିଷ୍ଠା ଦିବସ ଓ ରଜ ଉତ୍ସବ ସାହିତ୍ୟ ଆସର

ଆମ ସାହିତ୍ୟ ଓ ସଂସ୍କୃତି ସବୁଠୁ ବିରଳ

ନିମାପଡା- ଦର୍ଶନ ସମୀକ୍ଷା

ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ସହଯୋଗ ରେ ରଜ ଉତ୍ସବ ସାହିତ୍ୟ ଆସର ଆଜି ସ୍ଥାନୀୟ ବାବା କପିଳେଶ୍ୱର ଦେବଙ୍କ ପିଠ ଠାରେ ଅନୁଷ୍ଠିତ ହୋଇ ଯାଇଛି.ଲିଟିଲ ଷ୍ଟାର ଗ୍ରୁପ ତଥା ‘ମୋ ଆଶା’ ସାହିତ୍ୟ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ପିଲାମାନେ ଗପ କବିତା ଆବୃତ୍ତି କରିବା ସହ ରଜ ଓ ରଥଯାତ୍ରା କୁ ବିଭିନ୍ନ ଚିତ୍ର ଆଙ୍କି ଥିଲେ. ପରେ ଆୟୋଜିତ ସମାରୋହ ରେ ବିଶିଷ୍ଟ ଡାକ୍ତର ଓ ଅଭିନେତା ଚିତ୍ତ ରଞ୍ଜନ ମିଶ୍ର,ଅଧ୍ୟାପକ ରବିନ୍ଦ୍ର ନାଥ ପାଢ଼ୀ,ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇ,କବି କାଳିକିଙ୍କର,ଶିକ୍ଷକ ନିର୍ମଳ ମିଶ୍ର ବସନ୍ତ ସ୍ୱାଇଁ,ସଞ୍ଜୁକ୍ତା ମହାନ୍ତି,ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ବିବେକାନନ୍ଦ ପାତ୍ର,ନିମାପଡା ପ୍ରେସ କ୍ଲବ ର ସଭାପତି ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ରଜ ଓ ମାମୁଁଘର ଉପରେ ନିଜର ସ୍ମୃତି ଚାରଣ କରିବା ସହ ଆମ ସଂସ୍କୃତି ଓ ସାହିତ୍ୟ ଯେ ବିଶ୍ୱରେ ବିରଳ ବୋଲି ନିଜର ମତ ପ୍ରକାଶ କରିଥିଲେ.ଏହି ଅବସରରେ ଡାକ୍ତର ସଞ୍ଜିତ ମହାପାତ୍ର,ଡ଼.ଶୁଭ ସ୍ମିତା ଭୋଳ ସାମ୍ବାଦିକ ନୀଳିମା ପ୍ରିୟ ଦର୍ଶିନୀ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଗଳ୍ପ କବିତା ପାଠ ଓ ଚିତ୍ରାଙ୍କନ ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା.କାର୍ଯ୍ୟକ୍ରମ କୁ ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ଧର୍ମପଦ ଦାସ, ସାରଦା ପ୍ରସନ ବେହେରା,ଗଗନ ବିହାରୀ ଦାସ,ନିରଞ୍ଜନ ସାହୁ,ବିକାଶ ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ ଙ୍କ ସମେତ ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ.

Leave a Reply

Your email address will not be published. Required fields are marked *