ଦୁର୍ଘଟଣା ରୋକିବାକୁ ରାସ୍ତା କଡର ଅଳିଆ ଆବର୍ଜନା ସଫା କରି ଚର୍ଚ୍ଚାରେ ସତଧର ବାବୁ
ମାଲକାନଗିରି :ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ବାଲିମେଳା ସହରର ୧୨ ନମ୍ବର ୱାର୍ଡ, ପାୱାରହାଉସ ଗେଟ ପାର୍ଶ୍ୱ ତଥା ବାଲିମେଳା – ନୀଳାଦ୍ରୀନଗର ରାସ୍ତାରେ ଥିବା ବ୍ରିଜ ଉପରେ ସୃଷ୍ଟି ହୋଇଥିବା ଖାଲ ଖମା ଯୋଗୁଁ ପାଣି ଜମି ରହିବା ଏବଂ ଉକ୍ତ ବ୍ରିଜ ପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା ବିପୁଳ ପରିମାଣର ଜମା ହୋଇ ରହିବା ଯୋଗୁ ଏଠାରେ ଅନେକ ସମୟରେ ଉକ୍ତ ରାସ୍ତା ଦେଇ ଲୋକେ ଯାତାୟତ କରିବା ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।ତେବେ ଦିନକୁ ଦିନ ଏଠାରେ ବଢୁଥିବା ଦୁର୍ଘଟଣାକୁ ରୋକିବା ଲକ୍ଷରେ ଓର୍କେଲ ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ସତଧର ମଣ୍ଡଳ ଏବଂ ଗାଡି ଚାଳକ ମନୋହର ସିଂ ଉଭୟେ ରବିବାର ସେଠାରେ ପହଁଞ୍ଚି ରାସ୍ତା ପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା ଗୁଡିକ କାଟି ସଫା କରିବା ସହିତ ସେଠାରେ ଜମା ହୋଇଥିବା କାଦୁଅକୁ ବାହାର କରି ଅନ୍ୟତ୍ର ଫୋପାଡ଼ିଥିଲେ।ଯାହା ଦ୍ୱାରା ଆଗାମୀ ଦିନରେ ଆଉ ଦୁର୍ଘଟଣା ହେବନି ବୋଲି ଆଶା କରାଯାଉଛି।ତେବେ ଜଣେ ପୋଲିସ ଅଫିସର ସତଧରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।












Leave a Reply