ଗଜପତି // ୫କୋଟି ଟଙ୍କାର ବିଦ୍ୟୁତ୍ ପ୍ରକଳ୍ପ ଖତ ଖାଉଥିବା,ଦେଖି ଅସନ୍ତୋଷ ପ୍ରକାଶ କଲେ ପାରଳା ବିଧାୟକଓ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ

Spread the love

ଗଜପତିରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ ପାରଳାଖେମୁଣ୍ଡି, 13/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭକରାଯାଇଛି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ … ଅତିରିକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆଯାଉଥୂବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯିବ । ହୋଟେଲ, ଠିକାଦାର , ଦୋକାନୀ, କାରଖାନା, ଶିଳ୍ପ, ଭଳି ଯେ କୌଣସି ଘୋରଇ ମାଲିକ ଶିଶୁ ଶ୍ରମିକ ମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରନ୍ତି ସେ ବିଷୟରେ ଏହି ରଥ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତା କରାଇବ ।

ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଭଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ଯ ଅବଗତ କରାଯାଇଛି । ୧୪ ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା, ୧୫ ରୁ ୧୮କାର୍ଯ୍ୟରେ ନିଯୁକୁ କରିବା ଘଟଣା ଦୃଷ୍ଟି ଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧୂକାରୀ ରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ କିମ୍ବା ଜିଲ୍ଲାପାଳ Iଳଙ୍କୁ ଅବଗତ କରି ପାରିବେ କିମ୍ବା ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ସ ଲାଇନ୍ ନମ୍ବର ୧୫୫୩୬୮ ୮ ଏବଂ ଚାଇଲ୍ଡ଼ ଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି ଇଛି। ବିଭିନ୍ନ ସମ ମୟରେ ପ୍ରଶାସନ ତରଫରୁ ଧରପଗଡ଼ କର ନରାଯାଇ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ ବ୍ୟବସ୍ଥା ସହ ପାଠପଢ଼ା ଓ ଅନ୍ୟାନ ଦାୟିତ୍ବ କରାଯାଉଛି । ସରକାରଙ୍କ ତରଫରୁ ବହନ

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶ୍ରମ କମିଶନର ବ୍ରହ୍ମପୁର ଶ୍ରୀ ବାବୁ ଚରଣ ପାତ୍ର, ଜିଲ୍ଲା ଶ୍ରମ ଅଧୂକାରୀ ଶ୍ରୀ ଅମିତ ନାୟକ, ଅତିରିକୁ ଶ୍ରମ ଅଧୂକାରୀ ମଦନ ମୋହନ ଟୁଡୁ, ମାନସ ରଞ୍ଜନ ସାହୁ, ପ୍ରଯୁକ୍ତା ଶବର, ଜ୍ୟୋତି କିରଣ ଗୌଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ ଅରୁଣ କୁମାର ତ୍ରିପାଠୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧୂକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗଜପତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):

ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ବ ହୋଇଯାଇଛି।

ଏହି ଯୋଜନାରେ ହିତାଧୀକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଣ୍ଡପିଛା ପ୍ରତିମାସରେ ୫ କିଲୋ ଚାଉଳ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ
ଅପ୍ରେଲ ୨୦୨୬ରୁ ମୁଣ୍ଡପିଛା ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା ଦିଆଯିବା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ,ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଲ ,ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଡି.ରାଜେଶ, ଗୁମ୍ମା ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ରେଣୁକା ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ପରେ ପରେ ଜିଲ୍ଲାର ହିତାଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସୁହାନ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ସ୍ଥାନୀୟ ଜନପ୍ରତିନିଧି, ହିତାଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା।
ପାରଳା ପୋଲିସ ଦ୍ୱାରା 40 ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ପାରଳାଖେମୁଣ୍ଡି, 13/6(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଚୋରା ମଦ କାରବାରକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ଥାନା ପକ୍ଷରୁ ଚୋରା ମଦ ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି. ଏହି ଅବସରରେ ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପୋଲିସ ଟିମ୍ ଚଢ଼ଉ କରିଛନ୍ତି । ଏହି ଅବସରରେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଦେବିତୀ ଗ୍ରାମରେ ଚୋରା ମଦ କାରବାର ଚାଲିଥିବା ପୋଲିସ ଦ୍ୱାରା ଧରାପଡ଼ିଥିଲା। ଅଭିଯୁକ୍ତ ନାକା ବାଳକୃଷ୍ଣ (୨୪), ପିତା ନାକା କୃଷ୍ଣ, ନିଜ ଘର ପଛ ପାର୍ଶ୍ୱରେ ୪୦ ଲିଟର ଦେଶୀ ମଦ ରଖି ବିକ୍ରି କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କ ନିକଟରୁ ୪୦ ଲିଟର ଅବୈଧ ଦେଶୀ ମଦ ଏବଂ ନଗଦ ଟଙ୍କା ୬୭୦/- ଜବତ କରାଯାଇଅଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପାରଳାଖେମୁଣ୍ଡି ଥାନାରେ କେଶ ନଂ ୨୨୩/୨୦୨୬ ରେ ମାମଲା ରୁଜୁ କରାଯାଇଛି । ଏହି ଅଭିଯୁକ୍ତ ନାକା ବାଳକୃଷ୍ଣ ପୂର୍ବରୁ ୫ ଗୋଟି ଅପରାଧିକ ମାମଲାରେ ସଂପୃକ୍ତ ଥିବାର ପୁଲିସ ରେକର୍ଡ ରହିଥିବା ସୂଚନା ମିଳିଛି ।ଚଢ଼ାଉ ସମୟରେ ଦେବିତି ଅଞ୍ଚଳରେ ଏକ ଅବକାରୀ ଅପରାଧ ଧରାପଡ଼ିଥିଲା। ଅଭିଯୁକ୍ତ ନାକା ବାଳକୃଷ୍ଣ (୨୪), ପିତା ନାକା କୃଷ୍ଣ, ନିଜ ଘର ପଛ ପାର୍ଶ୍ୱରେ ୪୦ ଲିଟର ଦେଶୀ ମଦ ରଖି ବିକ୍ରି କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କ ନିକଟରୁ ୪୦ ଲିଟର ଅବୈଧ ଦେଶୀ ମଦ ଏବଂ ନଗଦ ଟଙ୍କା Rs. ୬୭୦/- ବରାମତ କରି ଜବତ କରାଯାଇଅଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପାରଳାଖେମୁଣ୍ଡି ଥାନା ମାମଲା ୨୨୩/୨୦୨୬ ରୁଜୁ ହୋଇଅଛି । ଅଭିଯୁକ୍ତ ନାକା ବାଳକୃଷ୍ଣ ପୂର୍ବରୁ ୫ ଟି ଅପରାଧିକ ମାମଲାରେ ସଂପୃକ୍ତ ଥିବାର ପୁଲିସ ରେକର୍ଡ ଅଛି ।
୫କୋଟି ଟଙ୍କାର ବିଦ୍ୟୁତ୍ ପ୍ରକଳ୍ପ ଖତ ଖାଉଥିବା,ଦେଖି ଅସନ୍ତୋଷ ପ୍ରକାଶ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 13/6(ତାରିଣୀ ପ୍ରସାଦ ପଣ୍ଡା): ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ୬ ରୁ ୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ, ବିଶେଷ କରି ଗ୍ରୀଷ୍ମରେ ବିଦ୍ୟୁତ ସମସ୍ୟା ଦ୍ବୀଗୁଣିତ କରିଛି। ଏହାର ସମାଧାନ ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅତିରିକ୍ତ ନୂତନ ସବ ଷ୍ଟେସନ କାର୍ଯ୍ୟ ଆରମ୍ଭ ହୋଇଥିଲା। କିଛି ବର୍ଷ ମଧ୍ୟରେ ଅନେକ ସ୍ଥାନରେ ଏହି ସବୁ ବିଦ୍ୟୁତ ସବୁ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ। ବର୍ତ୍ତମାନ ଏସବୁ ଠିକ ଭାବେ କାର୍ଯ୍ୟକ୍ଷମ କରା ନଯିବା ଫଳରେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ଅପରପକ୍ଷରେ ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ବ୍ୟବହାର ନ ହେଉଣୁ ନଷ୍ଟ ହେଉଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ।ସ୍ଥାନୀୟ ବିଧାୟକ ଏହି ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ପରଖିବା ସହ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।
‎ତେବେ ପ୍ରକଳ୍ପ କାର୍ଯ୍ୟକ୍ଷମ ‌ହେବା ନିମନ୍ତେ ଆବଶ୍ୟକ ଅଧିକ ଅନୁଦାନ ମଗାଯାଇଛି ତାହା ଆସିଲେ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ।

Leave a Reply

Your email address will not be published. Required fields are marked *