ଆଜି ମୋତେ ଜଣେ କହିଲେ ଖାଲି (ମାନେ ନିରୋଳା) ଖବର ଲୋକ ଦେଖୁ ନାହାଁନ୍ତି | ଖବର କହିଲା ବେଳେ ଟିକେ ଯାତ୍ରା ଷ୍ଟାଇଲରେ କହିଲେ, ଦେଖିବେ ସାଇଁ ସାଇଁ views ଯିବ | …ଏମିତି କଥା ମଝିରେ pause ଦେବେ ଯେମିତି ଲୋକ ଅବାକ ହୋଇ ଅପେକ୍ଷା କରିବେ l କାହାର interview ନେଲା ବେଳେ କିଛି ଶୁଣିଲେ ଚମକି ପଡ଼ିବେ, କେବେ ଲୁହ ଗଡେ଼ଇବେ, ହସି ହସି ଗଡ଼ି ଯିବେ, ପୁଣି ଟିକେ ଗମ୍ଭୀର ହୋଇଯିବେ କଥା ହାଲୁକା କରିବା ପାଇଁ ତାଙ୍କ ଡ୍ରେସ ଡିଜାଇନ, ଚଷମା ବ୍ରାଣ୍ଡ , ପଖାଳ ଖିଆ, କେବେ ପ୍ରଥମ ବିଡ଼ି ସିଗାରେଟ ଇତ୍ୟାଦି ସହ ପରିଚୟ ହେଲା, ଆଉ ଟିକେ ଆଗକୁ ଯାଇ ପ୍ରଥମ ପ୍ରେମ କେଉଁ କ୍ଲାସରୁ ଆରମ୍ଭ ଆଦି ପଚାରି ପାରିବେ…ଯାହା ଆମ ଲୋକ ଦେଖିବେ ନା….
ଶେଷ କଥା ଥିଲା
ଆପଣ ତ ଖାଲି ପାଣି, ବିଜୁଳି, ଭତ୍ତା କଥା କହିବେ | ହଉ କୁହନ୍ତୁ ଯେ କିନ୍ତୁ ଟିକେ dramatize କରି କୁହନ୍ତୁ | ସେ ତ କହିଦେଲେ କିନ୍ତୁ ସେତିକି ବେଳ ଠାରୁ ମୁଁ ଭାବୁଛି ଆଜି ନାଟକର ବିଷୟବସ୍ତୁ କଣ ନେବି, ଆଜି କେଉଁ ବହି ନେଲେ ମାର୍କେଟ ଜଳିବ ….
ମନୁଆ ମୋହନଙ୍କ ମାୟା
କୋଇ ନେହିଁ ଜାନ୍ ପାୟା….ଏଇଟା ମୋର ସେହି well wisher ଦେଇଥିବା title
source :ତଥ୍ୟ ଓ ସତ୍ୟ fact &Truth












Leave a Reply