କଳିଙ୍ଗ ସ୍ପୋର୍ଟସ ଦ୍ଵାରା କଟକ ନିମପୂର ଖେଳ ପଡିଆରେ କ୍ରିକେଟ ମହାସଂଗ୍ରାମ
କଟକ-06/ ଅଶୋକ ବିଶ୍ଵାସ (ଦର୍ଶନ ସମୀକ୍ଷା)
କଟକ ମଣିସାହୁ ଛକ ସ୍ଥିତ କଳିଙ୍ଗ ସ୍ପୋର୍ଟ୍ସ ଦ୍ଵାରା କଟକ ଜଗତପୁର ନିକଟସ୍ଥ ନିମପୁର ପଡିଆରେ ଶନିବାର ଓ ରବିବାର ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସହରର ପ୍ରାୟ 12 କ୍ରିକେଟ ଟିମ ଅଂଶଗ୍ରହଣ କରିଛନ୍ତି। ତେବେ 6 ଓଭରର ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ପ୍ରାତଃ 7.30 ସମୟରୁ ମ୍ୟାଚ ଆରମ୍ଭ ହୋଇଛି। ଆସନ୍ତାକାଲି ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ହେବ। ଏହି ମ୍ୟାଚ ରେ ଚମ୍ପିୟାନ ଟିମକୁ ଟ୍ରଫି ସହ ରନର୍ସ ଅପ ଟିମକୁ ଟ୍ରଫି ସହ ନଗଦ ପୁରସ୍କାର ଦିଆଯିବ। ସେହିପରି ବେଷ୍ଟବ୍ୟାଟ୍ସ ମ୍ୟାନ, ବୋଲର ମାନଙ୍କୁ ଟ୍ରଫି ସହ ନଗଦ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି କଳିଙ୍ଗ ସ୍ପୋର୍ଟ୍ସ ପକ୍ଷରୁ ଶ୍ରୀଯୁକ୍ତ ଅନୁଯ ଅଗରୱାଲ କହିଛନ୍ତି । ଏହି ମ୍ୟାଚ ଦ୍ୱାରା ବିଶେଷ କରି ଯୁବକ ଏବଂ ଦକ୍ଷ ଖେଳାଳୀମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରି ପାରିବାର ସୁଯୋଗ ପାଇ ପାରିବେ। ଆଉ ଏଥିପାଇଁ କଳିଙ୍ଗ ସ୍ପୋର୍ଟ୍ସ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି କ୍ଲବର ସାଙ୍ଗଠନିକ ସମ୍ପାଦକ। ଏହି ମ୍ଯାଚ ସଂଗଠକ ଡାକ୍ତର ଚନ୍ଦନ ବେହେରା ଏବଂ ଅନୁଯ ଅଗରୱାଲଙ୍କ ଦ୍ଵାରା ଉଦଘାଟନ ଦେଇଥିଲା ଓ ଶହ ଶହ ଦର୍ଶକ ଆଜି ଏହି କ୍ରିକେଟ ମ୍ୟାଚ ହର୍ଷୋଲ୍ଲାସର ସହିତ ଉପଭୋଗ କରିଥିଲେ ।












Leave a Reply