ଗଜପତି ଜିଲ୍ଲାରେ//ପ୍ରାଚୀନ ଶୈବପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ ଓ ବଜ୍ରଘାତ ଯୋଗୁଁ ୪ ଜଣ ମହିଳା ଆହତ, ୩ ବଳଦ ମୃତ

Spread the love

ଗଜପତିରେ କାଳ ବୈଶାଖୀର ତାଣ୍ଡବ….. ବଜ୍ରଘାତ ଯୋଗୁଁ ୪ ଜଣ ମହିଳା ଆହତ, ୩ ବଳଦ ମୃତ ପାରଳାଖେମୁଣ୍ଡି, 2/6(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଯୋଗୁଁ ପ୍ରବଳ ବଜ୍ରଘାତ ଜନିତ ଘଟଣାରେ ୪ ଜଣ ମହିଳା ଆହତ ହୋଇଥିବା ବେଳେ ୩ଗୋଟି ବଳଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲାର ଗୁମ୍ମା ଓ ଗୋଷଣୀ ବ୍ଲକ ଅଞ୍ଚଳରେ ଏହି ଅଘଟଣ ଘଟିଛି. ଗୁମ୍ମା ବ୍ଳକରେ 4 ଜଣ ମହିଳା ବଜ୍ରାଘାତ ଯୋଗୁଁ ଆହତ ହୋଇଛନ୍ତି. ସେମାନେ ହେଲେ ତାଲାଜିଙ୍ଗ ଗ୍ରାମର ମନିକା ମଣ୍ଡଳ, ଜୁସ୍କା ମଣ୍ଡଳ, ଜୁସ୍‌ଟିଲା ମଣ୍ଡଳ ଓ ଖୁଲିମୁଣ୍ଡା ଗ୍ରାମର ରିବିକା ଶବର. ଏହି 4 ଜଣ ଘରେ ବସିଥିବା ସମୟରେ ଘର ନିକଟରେ ବଜ୍ରପାତ ହୋଇଥିବାରୁ ସେମାନେ ଆହତ ହୋଇଥିଲେ। ପରିବାରବର୍ଗ ଓ ଗ୍ରାମବାସୀ ଏହି 4 ଜଣ ଆହତ ମହିଳାଙ୍କୁ ଗୁମ୍ମା ଡାକ୍ତରଖାନାରେ ଭର୍ତି କରିଥିଲେ. ସେମାନଙ୍କୁ ଚିକିତ୍ସା କରାଯିବା ପରେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସେହିପରି ଏହି ଜିଲ୍ଲାର ରାୟଗଡ଼ ବୃକ୍ ଅଧୀନସ୍ଥ ମାର୍ଲବା ପଞ୍ଚାୟତ ପୁତି ସାହି ଗ୍ରାମର ତେନ୍ତୁଳି ଗଛ ନିକଟରେ ଆଶ୍ରୟ ନେଇଥିବା ୩ଟି ବଳଦ କାଳ ବୈଶାଖୀ ଜନିତ ବଜ୍ରଘାତ ଯୋଗୁଁ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମୃତ ବଳଦଗୁଡ଼ିକ ଚାଷୀ ଗେଡ଼ୁ ବଡରଇତ, ମାମିନା ବଡ଼ ରଇତ ଏବଂ ଦୁଆରି ଗମାଙ୍ଗଙ୍କର ବୋଲି ଚିହ୍ନଟ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
[ ଗଜପତିରେ ବିଏସଏନଲ ତାର ନେଲା ମହିଳାଙ୍କ ଜୀବନ

କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକ ପାରଳାଖେମୁଣ୍ଡି, 2/6(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ବିଏସଏନଲ ତାର ଯୋଗୁ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଅପାରଗତା ଯୋଗୁ ମୁଖ୍ୟ ରାସ୍ତାରେ ମୁକୁଳା ତାର ଝୁଲାଇ ରଖିବା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଅଞ୍ଚଳବାସୀ
କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି .

ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆରା.ଉଦୟଗିରି ଥାନା ଅନ୍ତର୍ଗତ କେଏମ୍. ଭାଲିଆସାହି ମୁଖ୍ୟ ରାସ୍ତାରେ ଏହି ଅଘଟଣ ଘଟିଛି. ଝାଡ଼ପଡା ଗ୍ରାମର ଇନ୍ଦିରା ବେହେରଦଳେଇ ତାଙ୍କ ସମ୍ପର୍କୀୟ ଦିଅର ହରିଶ୍ଚନ୍ଦ୍ରଙ୍କ ସହ ବାଇକ୍‌ରେ ଛେଳିଗଡ଼ ବ୍ୟାଙ୍କକୁ ଯାଉଥିଲେ। କେଏମ୍. ଭାଲିଆସାହି ନିକଟରେ ରାସ୍ତା ଉପରେ ଓହଳି ରହିଥ‌ିବା ଟେଲିଫୋନ୍ ତାର ଇନ୍ଦିରାଙ୍କ ବେକରେ ଲାଗିଯିବାରୁ ସେ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଛେଳିଗଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣା ପରେ ବିଭାଗୀୟ ଅଧିକାରୀଙ୍କୁ ଏହି ମୃତ୍ୟୁ ପାଇଁ ଦାୟୀ କରି ଅଞ୍ଚଳବାସୀ ଉତ୍ତେଜିତ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଛେଳିଗଡ଼ -ରାମଗିରି ଓ ପାରଳାଖେମୁଣ୍ଡି ମାର୍ଗରେ ପ୍ରାୟ ୫ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା। ଖବର ପାଇ ରା.ଉଦୟଗିରି ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ପରେ ରେଡକ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ ଓ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଲୋକେ ଅବରୋଧ ହଟାଇଥିଲେ।
ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ…… 10 ହଜାରରୁ ଉର୍ଧ୍ଵ ମହିଳା ପର୍ଶୁରାମ କୁଣ୍ଡରୁ କଳସ ଧରି 7 କିମି ପାହାଡ଼ ଚଢି ମହେନ୍ଦ୍ରଗିରିରେ ପହଞ୍ଚିଲେ, ବେଦ, ମନ୍ତ୍ର, ଶଙ୍ଖ ଧ୍ବୀନିରେ ପ୍ରକମ୍ପିତ ହେଲା ମହେନ୍ଦ୍ରଗିରି ପାରଳାଖେମୁଣ୍ଡି, 2/6(ତାରିଣୀ ପ୍ରସାଦ ପଣ୍ଡା):

ପୁରାଣ ପ୍ରସିଦ୍ଧ ଅତି ପ୍ରାଚୀନ ଶୈବପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ ହୋଇଯାଇଛି। 10 ହଜାରରୁ ଉର୍ଧ୍ଵ ମହିଳା ପବିତ୍ର ପର୍ଶୁରାମ କୁଣ୍ଡରୁ ଜଳ ଗ୍ରହଣ କରି ପୁର୍ଣ କଳସକୁ ଧରି 7 କିମି ପାହାଡିଆ ରାସ୍ତାରେ ପାଦ ଚଲାରେ ଯାଇ ପହଞ୍ଚି ଥିଲେ. ମହେନ୍ଦ୍ରମେଳା ପ୍ରାରମ୍ଭରେ ବେଦ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖଧ୍ୱନିରେ ମହେନ୍ଦ୍ରଗିରି ପର୍ବତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ବୃହତ୍ ଓ ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା. ମେଳାର ପ୍ରଥମ ଦିନରେ ଜଳଯାତ୍ରା, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ ଭଳି ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇଥିଲା | ମହାଯଜ୍ଞରେ ବ୍ରାହ୍ମଣମାନଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ପର୍ବତମାଳା ପ୍ରକମ୍ପିତ ହୋଇଉଠିଥିଲା. ସେହିପରି ଯଜ୍ଞଶାଳାରେ ପୂର୍ବରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା, ବେଦପାଠ, ହୋମ ଓ ଯଜ୍ଞ ସମ୍ପର୍କିତ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସାଧୁସନ୍ଥ ଓ ଧର୍ମଗୁରୁ ପ୍ରବଚନ ପ୍ରଦାନ କରିଥିଲେ. ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ମହେନ୍ଦ୍ରମେଳାରେ ଆଜି ବିଧିବଦ୍ଧ ଭାବେ ମହାଯଜ୍ଞ ଆରମ୍ଭ ହୋଇଛି. ୯ ଦିନ ବ୍ୟାପୀ ପ୍ରବଚନ, ଧାର୍ମିକ ସଭା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମହେନ୍ଦ୍ରମେଳା ଅନୁଷ୍ଠିତ ହେବ | ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ଯାତାୟାତ ପରିଚାଳନା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *