Spread the love

କେନ୍ଦ୍ର ୧୨ ରାଜ୍ୟ ୨ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ
ନିମାପଡ଼ା:-୧-୬- (ଦର୍ଶନ ସମୀକ୍ଷା)

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ନିମାପଡ଼ା ଓ ଗୋପ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ବ୍ୟାପକ ସାଙ୍ଗଠନିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ୦୩ ଜୁନ୍ ମିଟେଇପୁର ଗ୍ରାମ ପଞ୍ଚାୟତରେ ୦୫ ଜୁନ୍ ସଲଙ୍ଗ ଗ୍ରାମ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ହେବା ସହ ଜୁନ୍ ଶେଷ ସପ୍ତାହ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ‘ଯୁବ ସମ୍ମିଳନୀ’ କାରଯିବ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସମୀରଙ୍କ ନେତୃତ୍ୱ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିମାପଡ଼ା ଓ ଗୋପର ସମସ୍ତ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟୀ କିଭଳି ବିପୁଳ ବିଜୟ ହାସଲ କରିବ, ସେଥିପାଇଁ ଦଳୀୟ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ଗୁରୁମନ୍ତ୍ର ଦେବେ ସମୀର ଦାସ । ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶଙ୍କର ଭୋଇ, ବରିଷ୍ଠ ବିଜେପି ନେତା ଜୀବନାନନ୍ଦ ମହାପାତ୍ର, ଅଶୋକ ସାହୁ ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *