ଏଣିକି ଛାଡ଼ପତ୍ର ପାଇଁ କେବଳ ସ୍ୱାମୀଙ୍କ ସମ୍ପତ୍ତିର ପରିମାଣ ଦେଖି ଭରଣପୋଷଣ ମାଗିପାରିବେ ନାହିଁ ପତ୍ନୀ – ସୁପ୍ରିମକୋର୍ଟ
ଭରଣପୋଷଣକୁ ସ୍ଵାମୀଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ନାହିଁ।
ଛାଡ଼ପତ୍ର ମାମଲାରେ ସ୍ଵାମୀଙ୍କ ସମ୍ପତ୍ତିକୁ ଦେଖି ଭରଣପୋଷଣ ଅର୍ଥ ସ୍ଥିର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଭରଣପୋଷଣକୁ ସ୍ଵାମୀଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରି ପାରିବେ ନାହିଁ। ଅଲଗା ହେବା ପରେ ସ୍ୱାମୀଙ୍କ ଆର୍ଥିକ ଅଗ୍ରଗତି ଅଧିକ ଭରଣପୋଷଣ ରାଶି ନିର୍ଦ୍ଧାରଣ କରିହେବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି.ନାଗରତ୍ନା ଏବଂ ଜଷ୍ଟିସ୍ ପଙ୍କଜ ମିଥାଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ମାମଲରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, “ସ୍ୱାମୀ ସାରା ଜୀବନ ନିଜର ବର୍ତ୍ତମାନର ସ୍ଥିତି ଅନୁଯାୟୀ ଭରଣପୋଷଣ କରିବେ ବୋଲି ଆଶା କରାଯାଇ ପାରିବ ନାହିଁ। ଏଭଳି ଦାବି ସ୍ୱାମୀଙ୍କ ବ୍ୟକ୍ତିଗତ ପ୍ରଗତି ଉପରେ ଅନ୍ୟାୟ ଭାବେ ବୋଝ ପକାଇପାରେ।
ପୁଣେର ଜଣେ ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଏହି ରାୟ ଆସିଛି। ଏକ ମାସ ମଧ୍ୟରେ ସମସ୍ତ ଦାବିର ସମାଧାନ କରି ପତ୍ନୀଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ୧୨ କୋଟି ଟଙ୍କା ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭରଣପୋଷଣ ଏବଂ ଆଇନର ଅପବ୍ୟବହାର
କଠୋର ଆଇନଗତ ବ୍ୟବସ୍ଥା ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହାର ଅପବ୍ୟବହାର କରାଯିବା କଥା ନୁହେଁ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବୈବାହିକ ବିବାଦରେ ଅପରାଧିକ ଅଭିଯୋଗକୁ ଉପଯୋଗ ନ କରିବାକୁ ଚେତାବନୀ ଦିଆଯାଇଛି, ଯାହା ଛୋଟ ଛୋଟ ପ୍ରସଙ୍ଗକୁ ସାର୍ବଜନୀନ ଲଢ଼େଇରେ ପରିଣତ କରିପାରେ।
ଖଣ୍ଡପୀଠ କହିଛନ୍ତି, “ମହିଳାମାନେ ସଚେତନ ରହିବା ଦରକାର ଯେ ଏହି ଆଇନଗୁଡ଼ିକ ସେମାନଙ୍କ କଲ୍ୟାଣ ପାଇଁ, ସ୍ୱାମୀଙ୍କୁ ଦଣ୍ଡ ଦେବା, ଧମକ ଦେବା କିମ୍ବା ଅର୍ଥ ଆଦାୟ କରିବାର ଉପକରଣ ନୁହେଁ।