ଭୁବନେଶ୍ବର: ଭୀମପୁର ମୌଜା ଗଙ୍ଗନଗରରେ ସରକାରୀ ଜାଗାରେ ଚାଲିଥିବା ନିର୍ମାଣ ଅଭିଯୋଗର ଆଜି ଯୁଗ୍ମ ତଦନ୍ତ ହୋଇଛି। ସାଧାରଣ ପ୍ରଶାସନ(ଜିଏ), ବିଡିଏ, ବିଏମ୍ସି ମିଳିତ ଭାବେ ମାପଚୁପ କରିଛନ୍ତି। ମାପଚୁପ ବେଳେ କେଳେଙ୍କାରୀ ଧରାପଡ଼ିଛି। ଯେଉଁ ଘରୋଇ ଜମିରେ ବିଏମ୍ସି ପ୍ଲାନ୍ ଦେଇଛି ସେ ଜମି ସହ ସରକାରୀ ଜମିରେ ମଧ୍ୟ ନିର୍ମାଣ ଚାଲିଥିବା ଜଣାପଡ଼ିଛି।
ଏଣୁ ବିଏମ୍ସି ତୁରନ୍ତ ନିର୍ମାଣ ବନ୍ଦ କରିବା ପାଇଁ ନୋଟିସ୍ କରିଛି। ଆଜି ହୋଇଥିବା ତଦନ୍ତର ଜିଏ ଏହି ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରୁଛି। ରିପୋର୍ଟ ଆଧାରରେ ବିଏମ୍ସି ପ୍ଲାନ୍ ବାତିଲ୍ କରିବ। ପୂର୍ବରୁ ବିଡିଏକୁ ଜିଏ ଉଚ୍ଛେଦ ପାଇଁ ଚିଠି ଲେଖିଥିଲା। ସେହି ଚିଠି ଆଧାରରେ ବିଡିଏ ମଧ୍ୟ ଉଚ୍ଛେଦ କରିବ ବୋଲି ଜଣାପଡ଼ିଛି।
୫୨ ନଂ ୱାର୍ଡର ଭୀମପୁର ମୌଜା ଖାତା ସଂଖ୍ୟା ୭୪୦ ପ୍ଲଟ୍ ନଂ ୫୦ରେ ଥିବା ୬୧୦ ଡେସିମିଲ୍ ଜମି ଜିଏ ବିଭାଗ ଅଧୀନରେ ରହିଛି। ଯେଉଁଥିରେ ବେଆଇନ ନିର୍ମାଣ ହେଉଥିଲା।