Spread the love

ହରିଓଁ

ସମସ୍ତେ ପେଟ ପାଇଁ ଚିନ୍ତା ଆଉ କାହାର କାମିନୀ କାଞ୍ଚନ ପ୍ରତି ଚିନ୍ତା, କେବଳ ‘ସମସ୍ତଙ୍କର ବିଳାସ ବେସନ ଆଡକୁ ଚିନ୍ତା। ଭଗବତ୍ ଚିନ୍ତନ ନ ଥିବା ଦ୍ୱାରା ମଣିଷ ଦୁଃଖ ରୋଗ ଅଶାନ୍ତି ଭୋଗ କରି ଚାଲିଛି। ଯାହାର ଯେପରି ବିଦ୍ୟା ତାହାର ସେହିପରି ବୁଦ୍ଧି। ମନୁଷ୍ୟ ଦେହ ସୁଖ ପାଇଁ ଚିନ୍ତା କରେ। ଜଣେ ବିଦ୍ୟାର୍ଥୀ ସର୍ବଦା ଭଗବତ୍ ଗୀତାପାଠ କଲେ ସମସ୍ତ ଚିନ୍ତାରୁ ମୁକ୍ତ ହୁଏ। ଆଜି ପବିତ୍ର ତୁଳସୀ ପୂଜନ ଦିବସ ଉପଲକ୍ଷେ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ଗୀତା ପଢ ପଢାଅ ଗୀତା ଗ୍ରନ୍ଥ ଗୋଟିଏ ହେଉ ବା ଅଧିକ ପିଲାମାନଙ୍କୁ ପ୍ରଦାନ କରନ୍ତୁ।

ଜୟ ଭଗବତ୍ ଗୀତେଓଁ ଶ୍ରୀ ପରମାତ୍ମନେ ନମଃ

{୧} ଶୁଭଚିନ୍ତକ ,ମନୁଷ୍ଯ ଜୀବନରେ ନକ୍ଷତ୍ର ପରି ହୋଇଥାଏ. ସେ ସେତେବେଳେ ଦେଖାଯାଏ ଯେବେ ଆମ ଜୀବନରେ ଅନ୍ଧକାର ବ୍ଯାପିଯାଏ।

{୨} ଭଲ ସ୍ବଭାବ , ବ୍ଯକ୍ତିର ଅସୁନ୍ଦର ପଣିଆକୁ ଘୋଡାଇ ଦିଏ କିନ୍ତୁ ଖରାପ ସ୍ବଭାବକୁ ସୁନ୍ଦରତା ଲୁଚାଇ ପାରେନା।

{୩} ଧୈର୍ଯ୍ଯ ରଖ … ଆଜି ଯିଏ ତୁମ ଠିକ ପ୍ରଶ୍ନର ଉତ୍ତର ଦେଇ ପାରୁନାହାନ୍ତି … ତାର ଉତ୍ତର ସମୟ ଅବଶ୍ଯ ଦେବ।

{୪} କେହି ପ୍ରଶଂସା କରୁ ଅଥବା ନିନ୍ଦା, ଉଭୟରେ ଲାଭ ଆମର ହିଁ ହୋଇଥାଏ. କାରଣ ପ୍ରଶଂସା ପ୍ରେରଣା ଦିଏ ଓ ନିନ୍ଦା ସାବଧାନ କରିଥାଏ।

Related Post

Leave a Reply

Your email address will not be published. Required fields are marked *

You Missed