କନ୍ଧମାଳ: ଜିଲ୍ଲା ସମ୍ପାଦକ ଙ୍କର ମାଁଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା..
କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସମ୍ପାଦକ ସପନ କୁମାର ମିଶ୍ର ଙ୍କର ମାଁ ବିଳାସିନୀ ମିଶ୍ର ଙ୍କ ବାର୍ଦ୍ଧକ୍ୟ ଜନିତ ମୃତୁ୍ବରଣ ହେଇଥିବାରୁ ସ୍ତାନୀୟ ବିଶିପଡ଼ା ଗ୍ରାମରେ ମିଶ୍ର ପରିବାର ର ବାସଭବନ ଠାରେ ମୃତ ବିଳାସିନୀ ମିଶ୍ର ଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି l ସେ ଜଣେ ଧାର୍ମିକ ମିଷ୍ଟଭାଷୀ ମେଳାପି ସ୍ବଭାବର ମହିଳା ହେଇଥିବାରୁ ବିଶିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ଦଶାହ କାର୍ଯ୍ୟରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ
କର୍ମକର୍ତ୍ତା ଙ୍କ ଆଲୋଚନା କ୍ରମେ ମିଶ୍ର ପରିବାର ର ଦୁଃଖଦ ସମୟରେ ଉପସ୍ଥିତ ରହି ସ୍ୱର୍ଗତ ବିଳାସିନୀ ମିଶ୍ର ଙ୍କ ଫୋଟୋ ଚିତ୍ର ଉପରେ ପ୍ରଦିପ ପ୍ରଜ୍ବୋଲନ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ କିଛି ସମୟ ପାଇଁ ଶାନ୍ତି ପ୍ରାର୍ଥନା କରିଥିଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା l ଉକ୍ତ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ରବି ଶଙ୍କର ବାରିକ, ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ସଂଘ କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ, ସାଫରିନ ଖାନ୍,ନୃସିଂହ ଡାକୁଆ ସ୍ବାଧିନ ଦିଗାଲ,ସୋମଦତ ସାହାଣୀ, ଗଣେଶ କହଁର,ଲିଲିମା କହଁର ,ଅଜିତ ପ୍ରଧାନ, ଜଳନ୍ଧର କହଁର,ଦୈତାରି ଦିଗାଲ ଏବଂ ଅନ୍ୟ ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନେ ଉପସ୍ତିତ ରହି ଦୁଃଖ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତନା ଦେଇଥିଵା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ମାନେ ରାଜ୍ୟ ର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦେଶ କ୍ରମେ ସରକାର ଙ୍କର କାର୍ଯ୍ୟରେ ଅତି ସୁନ୍ଦର ଭାବେ ପରିଚାଳନା କରିବା ସହିତ ଡିୟୁଟି ପରବର୍ତୀ ସମୟରେ ବୃକ୍ଷ ରୋପଣ କରିବା ସହିତ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଏବଂ ଅସହାୟ ଭିଖୁକ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ପର୍ବ ପର୍ବାଣୀ ରେ ଓ ଶୀତ ଋତୁରେ ଶୀତ ବସ୍ତ୍ର ପ୍ରଦାନ କରି ସମସ୍ତ ଙ୍କର ଆଶୀର୍ବାଦ ଲାଭ କରିଥାନ୍ତି l ହୋମଗାର୍ଡ ସଂଘ କର୍ମକର୍ତା ଙ୍କର ଏଭଳି ମହୋତ୍ୟୁ ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଦେଖି ଜନ ସାଧାରଣରେ ବେସ୍ ଖୁସି ବ୍ୟକ୍ତ ହେଇ ସାଧୁବାଦ ଜଣେଇଛନ୍ତି l