୨୪ ମେ ରେ ଆପ୍ ର ନିର୍ବାଚନୀ ପ୍ରସ୍ତୁତି ବୈଠକ, ଯୋଗଦେବେ ଆପ୍ ନେତା ସଞ୍ଜୟ ସିଂହ
ଢେଙ୍କାନାଳ: ,( ଦର୍ଶନ ସମୀକ୍ଷା )
ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଟେଲ ପାଲ୍ ହାଇଟ, ଭୁବନେଶ୍ୱର ଠାରେ ଆସନ୍ତା ମେ ୨୪ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂ ଏବଂ ଓଡ଼ିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟର ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ୍ ସମ୍ବୋଧିତ କରିବେ। ଉକ୍ତ ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ସଂଗଠନକୁ ବୁଥ୍ ଲେବୁଲ୍ ପର୍ଯ୍ୟନ୍ତ ନେବା ପାଇଁ ରଣନୀତି ପ୍ରସ୍ତୁତ ହେବା ସହିତ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସ୍ଥିରୀକୃତ ହେବ। ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାରେ ଜନସାଧାରଣଙ୍କ ପାଇଁ ଆମ୍ ଆଦମୀ ପାର୍ଟିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେଜ୍ରିୱାଲ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହିତ କେନ୍ଦ୍ରୀୟ ନେତୃତ୍ୱ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସମସ୍ତ ନେତୃମଣ୍ଡଳୀଙ୍କୁ ସାଧୁବାଦ୍ ଜଣାଇବା ସହିତ ଢେଙ୍କାନାଳର ସଂଗ୍ରାମୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ ଏବଂ ସମର୍ପଣ ଭାବ ସହିତ କାମ କରିବା ନିମନ୍ତେ ଆହ୍ବାନ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଲୋକସଭା ସଭାପତି ପଙ୍କଜ ନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ କବିଜ୍ୟୋତି ନିରଞ୍ଜନ ପତି, ସଦର ବିଧାନସଭା ସଭାପତି ଚିତ୍ତରଞ୍ଜନ ପାଣି ଓ ନଗର ଉପସଭାପତି ବିଜୟ କୁମାର ଦାସ, ନିରଦ ଚନ୍ଦ୍ର ବାରିକ, ଜୟଦେବ ବେହେରା, ପିତାମ୍ବର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଦଳ କାର୍ଯ୍ୟାଳୟ ଠାରେ ସୂଚନା ଦେଇଥିଲେ ।












Leave a Reply