Spread the love

ବାଲିମେଳା ଏନଏସିର ବିଶ୍ରାମଗାରରେ ରହୁଥିବା ବୃଦ୍ଧ ମୃତ
ମୃତ୍ୟର କାରଣ ଅସ୍ପଷ୍ଟ
ଘଟଣାର ତଦନ୍ତ ଚଳାଇଛି ପୋଲିସ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।
ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ଏନଏସି ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ବିଶ୍ରାମଗାର ନିର୍ମାଣ କରାଯାଇଛି। ଉକ୍ତ ବିଶ୍ରାମଗାରରେ ଆଜକୁ ପ୍ରାୟ ଏକ ବର୍ଷରୁ ଉର୍ଘଦିନ ହେବ ଜଣେ ବୃଦ୍ଧ ବ୍ୟକ୍ତି ନିଜ ପରିବାର ବର୍ଗଙ୍କୁ ଛାଡି ଏଠାରେ ନିୟମିତ ରହିଆସୁଥିଲେ। ଗୁରୁବାର ସକାଳେ ଉକ୍ତ ବିଶ୍ରାମଗାରରେ ସେଠାରେ ରହୁଥିବା ବୃଦ୍ଧଙ୍କ ମୃତ ଦେହ ପଡି ରହିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମନୋହର ସାହୁ, ଏଏସଆଇ ସୁରେଶ ଚନ୍ଦ୍ର ବିସି ମାଝୀଙ୍କ ନେତୃତ୍ୱ ପୋଲିସr ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ମୃତ ବୃଦ୍ଧଙ୍କ ମର ଶରୀରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୃତ ବୃଦ୍ଧ ଙ୍କ ନାମ ନାରାୟଣ ହନ୍ତାଳ -(୭୦)
ତାଙ୍କ ଘର ଚିତ୍ରକୋଣ୍ଡା ଥାନା ଅଧିନସ୍ତ ଦୋରାଗୁଡା ପଞ୍ଚାୟତର କାମରା ଗୁଡା ଗାଁରେ ବୋଲି ଜଣା ପଡିଛି। ଏ ନେଇ ମୃତ ନାରାୟଣଙ୍କ ପୁତୁରା ଅର୍ଜୁନ ହନ୍ତାଳ ଓର୍କେଲ ଥାନାରେ ପହଁଞ୍ଚି ଏ ସମ୍ପର୍କରେ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ -୦୮/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ବୃଦ୍ଧ ଲକ୍ଷ୍ମଣଙ୍କ
ଶବ ବ୍ୟବଛେଦ କରାଯିବା ପରେ ଲକ୍ଷ୍ମଣଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି। ତେବେ କେଉଁ କାରଣରୁ ବୃଦ୍ଧ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏବଂ ପୋଲିସର ତଦନ୍ତ ସରିବା ପରେ ମୃତ୍ୟର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଧିରେନ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *