Spread the love

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଗୁଣୁପୁର ଟାଉନ ହଲ ଠାରେ ଆୟୋଜିତ ହୋଇଛି।
ଆଜି ତା ୧ ମଇ , ଗୁଣୁପୁର,
ଉକ୍ତ ଉତ୍ସବରେ ସମ୍ମାନନୀୟ ମୁଖ୍ୟ ଅତିଥି ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର ଦାସ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀ ରାଜ୍ୟ ସଭାପତି ତଥା ଭାରତୀୟ ସାମ୍ବାଦିକ ସଂଘ ର ସମ୍ପାଦକ , ସମ୍ମାନୀତ ଅତିଥି ରାୟଗଡ଼ା ଜିଲ୍ଲା ର ସହକାରୀ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଅନ୍ୟତମ ଅତିଥି ଡ଼ଃ ସି ଡ଼ି ପଣ୍ଡା ଉପାଧ୍ୟକ୍ଷ ଗାନ୍ଧୀ ଇଞ୍ଜିନିୟରିଂ ଗୁଣୁପୁର ଓ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଅକ୍ଷୟ ଦାସ ଅଧ୍ୟକ୍ଷ ଜିସ୍ମ ଏସ ଗୁଣୁପୁର, ରହିଥିଲାବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା ଓ ରାଜ୍ୟ ର ଅନ୍ୟ କର୍ମକର୍ତା ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାୟଗଡ଼ା ଜିଲ୍ଲାର ସଭାପତି ତଥା ରାଜ୍ୟ ଉପସଭାପତି ଅନୀଲ କୁମାର ସାହୁକାର ସଭାପତିତ୍ବ କରିଥିଲାବେଳେ ଜିଲ୍ଲା ସମ୍ପାଦକ ଜୟ ମହାପାତ୍ର ଓ ସତପଥି ସଭାପରିଚାଳନା କରିଥିଲେ,ପ୍ରଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *