‘ଲୋକଙ୍କ ଦୁଃଖସୁଖରେ ଠିଆ ହେଉଛି ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’
ଜଗତସିଂହପୁର,୨୧।୫: (ଦର୍ଶନ ସମୀକ୍ଷା)
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଚଷାପଡ଼ାରେ କଟକ ବୟାଳିଶିମୌଜା ପଟଣା ଗାଁର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶାଢ଼ି ଏବଂ କୁନିକୁନି ପିଲାଙ୍କୁ ଛତା ବଣ୍ଟନ କରାଯାଇଛି।
ଏଥିରେ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ସମ୍ପାଦିକା ସରୋଜ ନଳିନୀ ପରିଜାଙ୍କ ସହିତ ଅନ୍ୟ ଅତିଥିମାନେ ଯୋଗଦେଇ ଉପସ୍ଥିତ ୧୫ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଶାଢ଼ି ବଣ୍ଟନ କରିଥିଲେ। ଏଥିରେ ପ୍ରାଧ୍ୟାପକ ଡ. ସେକ୍ କଲ୍ଲିମମୁଲ୍ଲା ଅତିଥି ଭାବେ ଯୋଗଦେଇ କହିଥିଲେ ଲୋକଙ୍କ ଦୁଃଖସୁଖରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଠିଆ ହେଉଛି। ବିଶେଷକରି ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦିକା ସେମାନଙ୍କ ପେନ୍ସନ୍ରୁ କିଛି ଅର୍ଥ ସାମାଜିକ କଲ୍ୟାଣରେ ଲଗାଉଥିବା ଉପସ୍ଥିତ ମହିଳାମାନଙ୍କୁ କହିଥିଲେ। ଏଥିସହିତ ମହିଳାମାନଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିଥିଲେ ପ୍ରାଧ୍ୟାପକ। ଅନ୍ୟପକ୍ଷରେ ଆଗକୁ ଏପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।












Leave a Reply