ମାର୍କେଟ କମ୍ପ୍ଲେକ୍ସରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରିବାର ଆଣିଲେ ହତ୍ୟା ଅଭିଯୋଗ ଜଣେ ଅଟକ
କେନ୍ଦ୍ରାପଡ଼ା ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)
ଡେରାବିଶ ବ୍ଲକର ମୁଖ୍ୟ ବ୍ୟବସାୟ ପେଣ୍ଟ ଚାନ୍ଦୋଳ ବଜାର ର ରାଜ ବାଳା ମାର୍କେଟ କମ୍ପ୍ଲେକ୍ସ ପାଚେରୀ କଡରେ ଆଜି ସକାଳେ ସନ୍ଦେହ ଜନକ ଅବସ୍ଥାରେ ପଡିରହିଥିବା ଜଣେ ଯୁବକ ଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରାଯାଇଛି

ମୃତ ଯୁବକ ଜନକ ଚାନ୍ଦୋଳ ପଂଚାୟତ ବାଙ୍କୀମୁଣ୍ଡାଇ ଗ୍ରାମର ଆଶିଷ ମିତ୍ର (30)ଆଶିଷ ଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ସଂଜୀବ ମିତ୍ର (60)ଥାନାରେ ଅଭିଯୋଗ କରିଛନ୍ତି, ଚାନ୍ଦୋଳ ଫାଣ୍ଡି ଅଧିକାରୀ ପ୍ରତାପ ଚନ୍ଦ୍ର ରଥ ଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ଓ ମନୋରମା ରାଉତ ଙ୍କ ନେତୃତ୍ୱ ରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି
ମୃତକଙ୍କ ବାପା ସଂଜୀବଙ୍କ ଅଭିଯୋଗ ଅନୁଯାଇ ଗତ କାଲି ରାତି 10ଟାରେ ସୋନୁ ତାଙ୍କ ଘରକୁ ଆସିଥିଲେ ଓ ସୋନୁ ଘରେ ରହିବେ ବୋଲି କହିଥିଲେ ଆଶିଷ ଠିକ ଏକ ଘଣ୍ଟା ପରେ ପରିବାର କହିବା ଅନୁଯାଇ ଆଶିଷ ଆଉ ଜଣେ ପିଲା ଆସି ଥିଲେ ସେହି ପିଲା ଜଣକ ଆଶିଷର ଘରକୁ ନ ଆସି ଘର ସମୁଖରେ ଛାଡି ଦେଇ ହଟାତ ଚାଲି ଯାଇଥିଲା ଓ ପରବର୍ତ୍ତୀ ସମୟରେ ଆଶିଷ ଖାଦ୍ୟ ନେଇ ଘରୁ ଆସିଲା ସମୟରେ ସେ ପିଲା ଜଣକ ବାଙ୍କୀମୁଣ୍ଡାଇ ବଜାର ପୋଲ ନିକଟରୁ ଆଶିଷ କୁ ଗାଡ଼ିରେ ନେଇ ଯାଇ ଥିଲେ ପରିବାର କହିବା ଅନୁଯାଇ ସେ ପିଲା ସୋନୁ ନ ଥିଲା ସେ ପିଲା ଜଣକ ଅପରିଚିତ ଏବଂ ହୃଷ୍ଟ ପୃଷ୍ଟ ଚେହେରା ଥିଲା ଆଜି ସକାଳୁ ଆଶିଷ ଙ୍କ ମୃତ ଦେହ ମାର୍କେଟ କମ୍ପେକ୍ସ ଛାତ ତଳେ କ୍ଷତାକ୍ତ ଅବସ୍ଥାରେ ପଡି ରହିଥିବା ଏତଲା ରେ ଉଲେଖ ରହିଛି
ଘଟଣା ସ୍ଥଳେ ସଦର ଥାନା ପୋଲିସ ପହଂଚି ଶବ ଜବତ କରି ତଦନ୍ତ କରିବା ସହିତ ସଦର ଥାନା ପୋଲିସ କେଶ ନଂ 309/26ମାମଲା ରୁଜୁ କରି ସୋନୁ କୁ ଅଟକ ରଖି ପଚରା ଉଚରା ଚଳାଇଛି ଘଟଣା ଘଟି ଥିବା ମାର୍କେଟ କମ୍ପେକ୍ସର ମାଲିକ ଙ୍କର ଏକ ବ୍ୟବସାୟ ପ୍ରତିଷ୍ଠାନ ଚାନ୍ଦୋଳ ରେ ସୋନୁ କାର୍ଯ୍ୟ କରୁଛନ୍ତି ଫଳରେ ସୋନୁ ରହିବା ପାଇଁ ଉକ୍ତ ମାର୍କେଟ କମ୍ପେକ୍ସରେ ମାଲିକ ଏକ ରୁମ ଦେଇଛନ୍ତି ପରିବାର କହିବା ଅନୁଯାଇ ବିଳମ୍ବିତ ରାତିରେ ଯାଇ ଥିବା ପିଲା କିଏ ଯିଏ କି ଆଶିଷ nk ଘରକୁ ନ ଯାଇ ଦୂରରେ ରହି ଥିଲା ସାଧାରଣ ରେ ଚର୍ଚ୍ଚା ଦୁଇ ରୁ ତିନି ଜଣ ପିଲା ସମ୍ପୃକ୍ତ ଥିବା ନେଇ ବର୍ତମାନ ପୋଲିସ ଯୋର ଦାର ଛାନ ଭିନ୍ନ ଚଳାଇଛି ଆଶିଷର ମୋବାଇଲ କଲ ରେକଡ଼ ସିସିଟିଭି ଫୁଟେଜ ସୋନୁର ବୟାନ ଓ ପରିବାରର ଅଭିଯୋଗ ଅନୁଯାଇ ବଜାରର ଯିବା ଆସିବା ସିସିଟିଭି ରେକଡ଼ ଯାଞ୍ଚ କରା ଗଲେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି












Leave a Reply