କଳ୍ପତରୁ ଖୁଣ୍ଟିଆ ହେଲେ ରୋଗୀ କଲ୍ୟାଣ ସମିତି ନୂତନ ସଦସ୍ୟ
ଫୁଲନଖରା, ୧୯/୫ (ଦର୍ଶନ ସମୀକ୍ଷା) ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ଆଗଧାଡିର ସମାଜସେବୀ, ସୁସଂଗଠକ ତଥା ମାନବାଧିକାର କର୍ମୀ କଳ୍ପତରୁ ଖୁଣ୍ଟିଆ ମହୀଧରପଡ଼ା ରୋଗୀ କଲ୍ୟାଣ ସମିତି (ଆରକେଏସ) ର ନୂତନ ସଦସ୍ୟରୂପେ ମନୋନୀତ ହୋଇଛନ୍ତି।
ନିଆଳି ବିଧାୟକ ଛବି ମଲ୍ଲିକଙ୍କ ଅନୁମୋଦନରେ ତାଙ୍କୁ ଏହି ସମ୍ମାନଜନକ କମିଟିରେ ରଖାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ସାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଭାଷଚନ୍ଦ୍ର ଗୋଚ୍ଛାୟତ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ସର୍ବାଙ୍ଗୀନ ବିକାଶ ଦିଗରେ ସେ ନିରନ୍ତର ସହଯୋଗ ବଜାୟ ରଖିବେବୋଲି ଆଶା କରିଛନ୍ତି।
ସେହିପରି ଯୁବ ଜାଗ୍ରତ ମଞ୍ଚ, ପ୍ରାଚୀ ପ୍ରଜ୍ଞା ପରିଷଦ, ସିଦ୍ଧେଶ୍ଵର ଯୁବକ ସଂଘ, ଚିନ୍ତାମଣି ପରିବେଶ ସମିତି, କପିଳେନ୍ଦ୍ରଦେବ ଉନ୍ନୟନ ପରିଷଦ ଓ ଶ୍ରୀଜଗନ୍ନାଥ ଆଧାତ୍ମିକ ଚେତନା ପରିଷଦ ସଦସ୍ୟମାନେ ଶ୍ରୀଯୁକ୍ତ ଖୁଣ୍ଟିଆଙ୍କ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଅଞ୍ଚଳର ସାସ୍ଥ୍ୟ ସମ୍ପର୍କିତ ସ୍ୱାର୍ଥକୁ ସର୍ବାପେକ୍ଷା ଗୁରୁତ୍ବ ଦେଇ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ମୌଳିକ ସମସ୍ୟା ସମାଧାନ ଦିଗରେ ନିଶ୍ଚୟ ଚେଷ୍ଟା କରିବେବୋଲି ଶ୍ରୀ ଖୁଣ୍ଟିଆ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।












Leave a Reply