ବ୍ୟାସନଗର ଟାଟା ପାୱାର ଆନ୍ଦୋଳନ // ମଇ ୩୦ ପୂର୍ବରୁ ଛଟେଇ ନୋଟିସ ପ୍ରତ୍ୟାହାର ନକଲେ ଏସ.ଇ.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ

Spread the love

ଠିକାଶ୍ରମିକ ସଂଘ ପକ୍ଷରୁ ଟାଟାପାୱାର ର ଅନ୍ୟାୟ ଶ୍ରମିକ ଛଟେଇ ପ୍ରତ୍ୟାହାର ଦାବିରେ ଏସ, ଇ, କାର୍ଯ୍ୟାଳୟ ଘେରାଉ। ବ୍ୟାସନଗର ଆଜି ତା ୨୦, ୫, ୨୦୨୬ଦର୍ଶନ ସମୀକ୍ଷା

ଟାଟା ପାୱାର (ଟି, ପି, ଏନ,ଓ,ଡି,ଏଲ) ପକ୍ଷରୁ ୩ ହଜାରୁ ଉର୍ଦ୍ଧ କାର୍ଯ୍ୟରତ ଵିଏ, ଓ ଆଉଟ ସୌରସିଂ କର୍ମଚାରୀ ମାନଙ୍କୁ ମଇ ୩୧ ରେ ଛଟେଇ କରିବାକୁ ନୋଟିସ ଦେଇଛନ୍ତି, ଏଭଳି ବେଆଇନ ଶ୍ରମିକ ଛଟେଇ ପ୍ରତ୍ୟାହାର ଦାବିରେ ନେସ୍କୋ ଠିକା ଶ୍ରମିକ ସଂଘ ପକ୍ଷରୁ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ବର୍ଣ୍ଣଢ଼ ଶୋଭାଯାତ୍ରା ଧବଳଗିରି ଠାରୁ ବାହାରି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହିତ ଏକ ପ୍ରତିବାଦ ସଭା ଶ୍ରୀ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା,

ଏହି ସଭାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଓଝା, କାର୍ଯ୍ୟକାରୀ ସଭାପତି ଚନ୍ଦନ ସାହୁ, କୋଷାଧକ୍ଷ ଜ୍ୟୋତିପ୍ରକାଶ ପରିଡା, ସୁଶାନ୍ତକୁମାର ଆଇଚ, ଅରୁଣ କୁମାର ଜେନା, ସୁରଜ ତରାଇ, ଗୌରାଙ୍ଗ ବାରିକ, ରଶ୍ମିରଞ୍ଜନ ସାମଲ ଓ ପବିତ୍ର ବାରିକ ପ୍ରମୁଖ ଟାଟା ପାୱାରର ଅତାଦୃଶ୍ୟ ଅନ୍ୟାୟ ପଦକ୍ଷପକୁ ଦୃଢ ନିନ୍ଦା କରିବା ସହ ଆଜକୁ ୧୫ ବର୍ଷରୁ ଉର୍ଦ୍ଧ ସ୍ଵଳ୍ପ ବେତନରେ ସ୍ଥାୟୀ ନିଯୁକ୍ତି ଆଶା ରଖି ନିଷ୍ଟାର ସହିତ କାର୍ଯ୍ୟ କରିବା ଓ ବେକକରିଲେ ଦୁର୍ବାର ଆନ୍ଦୋଳନ ହେବ ବୋଲି ବକ୍ତା ମାନେ ଟାଟା ପାୱାରକୁ ଚେତାବନୀ ଦେଇଥିଲେ। ରାଜଧାନୀ ଲୋଏର ପିଏମଜିରେ ଶ୍ରମିକ ମାନଙ୍କ ଅଧିକାର ପାଇଁ ଚାଲିଥିବା ଅହରାତ୍ରି ଧାରଣାକୁ ସମର୍ଥନ କରିବା ସହିତ ମଇ ୩୦ ପୂର୍ବରୁ ଛଟେଇ ନୋଟିସ ପ୍ରତ୍ୟାହାର ନକଲେ ଏସ.ଇ.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜୁନ ୧ ତାରିଖ ପରେ ଗଣଧାରଣା ଦିଆଯିବାକୁ ଶ୍ରୀ ମହାନ୍ତି ଘୋଷଣା କରିଥିଲେ, ଶେଷରେ ଏସ.ଇ ଦାୟିତ୍ୱରେ ଥିବା ପ୍ରମୋଦ କୁମାର ନାୟକଙ୍କ ଜରିଆରେ ଟି.ପି.ଏନ. ଓ .ଡି.ଏଲ ର ମର୍ମରେ ସି.ଇ.ଓ ବାଲେଶ୍ୱର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *