କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କର୍ମଶାଳା ଅନୁଷ୍ଠିତ । ଢ଼େଙ୍କାନାଳ, ତା. ୨୦.୫.୨୦୨୬- ଦର୍ଶନ ସମୀକ୍ଷା
ଆଜି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ଦିନିଆ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ । କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଦ୍ୱାରା ସରକାରୀ କାର୍ଯ୍ୟ ସୁନ୍ଦର ଭାବରେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସଂପାଦନ ହୋଇପାରିବ, ଏଣୁ ଏହାର ଉପଯୋଗ କରି ସରକାରୀ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓକାକ୍ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ଼ର ଟେନର ଶ୍ରୀ ଶୁଭମ ରାଉତ (Senior Project Associate), ଟ୍ରେନର ଦେବାଶିଷ ସାହୁ ଏବଂ ଶ୍ରୀ ପ୍ରଣବ ପାତ୍ର କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି କିଭିଳି ବିଭିନ୍ନ ଚ଼ିଠା ପ୍ରସ୍ତୁତି, ନୋଟ୍ ପ୍ରସ୍ତୁତି, ବୈଠକ ବିବରଣୀ, ସଚ଼େତନ ଧର୍ମୀ ପ୍ରଚାର ପତ୍ର ପ୍ରସ୍ତୁତି, ଭିଡ଼ିଓ ଡକ୍ୟୁମେଣ୍ଟ ପ୍ରସ୍ତୁତି କରି ସହଜ ଓ ସ୍ଵଳ୍ପ ସମୟ ମଧ୍ୟରେ ସରକାରୀ କାର୍ଯ୍ୟାଦି ସମ୍ପାଦନ କରାଯାଇପାରିବ ସେ ସଂପର୍କରେ ପାଞ୍ୱାର ପଏଣ୍ଟ ମାଧ୍ୟମରେ ବୁଝାଇ କହିଥିଲେ । ଏହି କର୍ମଶାଳାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିଃ. ର ଡକ୍ଟର ପ୍ରବୋଧ କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।












Leave a Reply