ଶାରଳା ପରିବାର ପକ୍ଷରୁ ଦହି ସର୍ବତ ଓ ପାନୀୟ ଜଳ ବଣ୍ଟନ ……
ରାଉରକେଲା: ୧୭/୦୫ (ଦର୍ଶନ ସମୀକ୍ଷା)
ସହରର ଅଗ୍ରଣୀ ସ୍ଵଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଶାରଳା ପରିବାର ପକ୍ଷରୁ ଆମ୍ବାଗାନ ଛକ ଠାରେ ଶାରଳା ପରିବାରର ସଭାପତି ପ୍ରଭାତ କିଶୋର ସ୍ୱାଇଁ,ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଓ କୋଷାଧ୍ୟକ୍ଷ ବାଇଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଗ୍ରୀଷ୍ମ ପ୍ରବାହ ରୁ ଓ ଅଂଶୁଘାତର ମୁକାବିଲା କରିବା ପାଇଁ ପଥଚାରୀଙ୍କୁ ଦହି ସର୍ବତ ଓ ପାନୀୟ ଜଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ଅନ୍ୟତମ ଅତିଥି ବିମଳ କୁମାର ବିଶି ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଶାରଳା ପରିବାରର ଏପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ମଇ ୨୭ ରୁ ୩୧ ତାରିଖ ଠାରୁ ସେକ୍ଟର – ୨, ଦୁର୍ଗାପୂଜା ପଡ଼ିଆରେ ଆରମ୍ଭ ହେବାକୁ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ମହୋତ୍ସବ ସହିତ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ ଶାରଳା ପରିବାରର ସଭ୍ୟା ଓ ସଭ୍ୟଙ୍କୁ ଅନୁରୋଧ କରିଥିଲେ।ଅତିଥି ଶ୍ରୀ ବିଶି ପରିବାରର ଏପରି ମହତ୍ତ୍ଵ କାର୍ଯ୍ୟକୁ ପ୍ରଶଂସା କରିବା ସହ ପଥଚାରୀ ମାନଙ୍କୁ ସର୍ବତ ବାଣ୍ଟିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ଭୋଇ, ପ୍ରକାଶ ଚନ୍ଦ୍ର ପତି, କେଦାର ପ୍ରସାଦ ଦାସ,ସୁଶାନ୍ତ ରାଉତ,ପ୍ରଶାନ୍ତ ତରାଇ,ରବୀନ୍ଦ୍ର କୁମାର ପାତ୍ର,ସୁଧାଂଶୁ ସୁତାର, ବୃନ୍ଦାବତୀ ରାଜଗନ୍ଧା, ପ୍ରମିଳା ପତି, ପ୍ରମିଳା ଦାସ, ମୀନାକ୍ଷୀ ମିଶ୍ର, ସବିତା ପ୍ରଧାନ, ସ୍ମୃତିରେଖା ସାହୁ, ସୈ।ଦାମିନୀ ବେହେରା,ରାଜେଶ୍ଵର ନାୟକ,ପ୍ରଦୀପ କୁମାର ବେହେରା,ଦାମୋଦର ଦାସ,ଜ୍ୟୋତିର୍ମୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପଥଚାରୀଙ୍କୁ ଦହି ସର୍ବତ ଓ ଶୀତଳ ପାନୀୟ ଜଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply