Spread the love

ଗନ୍ଧ ପ୍ରସାରୁଣୀ ଏକ ବିଶେଷ ଲାଭକାରୀ ଆୟୁର୍ବେଦିକ ଔଷଧି ଅଟେ ।ଏହା ଏକ ଲତା ଜାତୀୟ ଉଦ୍ଭିଦ ଅଟେ । ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ଏହା ବେଶୀ ମିଳିଥାଏ ।ଏହାର ପତ୍ର ତୀବ୍ର ଗନ୍ଧଯୁକ୍ତ ହୋଇଥାଏ ତେଣୁ ଏହାକୁ ଗନ୍ଧ ପ୍ରସାରୁଣୀ ବୋଲି କୁହାଯାଏ । ଆୟୁର୍ବେଦରେ ଏହାର ବ୍ୟବହାର ଦ୍ୱାରା ଅନେକ ଜଟିଳ ରୋଗର ଉପଚାର ହୋଇପାରୁଛି ।

1-ପେଟ ଯନ୍ତ୍ରଣା:- ଔଷଧିୟ ଗୁଣରେ ଭରପୁର ପ୍ରସାରୁଣୀ ପତ୍ର ପେଟ ଯନ୍ତ୍ରଣା,ଗ୍ୟାସ,ବାନ୍ତି ଆଦରୁି ଆମକୁ ମୁକ୍ତିଦେଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।ଏଥିପାଇଁ କିଛି ପ୍ରସାରୁଣୀ ପତ୍ର ନେଇ ତାକୁ ଭାଜନ୍ତୁ ଏବଂ ସବୁଜ ଖାଦ୍ୟ ଭଳି ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏହାର ପତ୍ର ଗନ୍ଧଯୁକ୍ତ ଅବଶ୍ୟ ହୋଇଥାଏ ହେଲେ ରାନ୍ଧିବା ପରେ ଏହାର ଗନ୍ଧ ଅଦୃଶ୍ୟ ହୋଇଯାଏ । ଏହି ସବୁଜ ଖାଦ୍ୟ ଖାଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

2-ଯକୃତ ଫୁଲାରୁ ମୁକ୍ତି:- ଗନ୍ଧ ପ୍ରସାରୁଣୀର ଶାଗ ଯକୃତ ଫୁଲାରୁ ମଧ୍ୟ ଆପଣଙ୍କୁ ଆରାମ ଦେଇପାରିବ ।ଗନ୍ଧ ପ୍ରସାରୁଣୀ ଖାଇବା ଦ୍ୱାରା ଏହା ଆପଣଙ୍କ ଯକୃତରେ ଥିବା ଜୀବାଣୁକୁ ଶେଷ କରିଥାଏ ।ଏହାସହ ଯକୃତ ଫୁଲାକୁ କମ୍ କରି ଆପଣଙ୍କ ସମସ୍ୟାର ସମାଧାନ କରିଥାଏ ।ଯଦି ଆପଣ କେବେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଗନ୍ଧ ପ୍ରସାରୁଣୀର ସେବନ ନିହାତି କରନ୍ତୁ ।ଏହାଛଡ଼ା ଯଦି ଆପଣ ଗନ୍ଧ ପ୍ରସାରୁଣୀର ଶାଗ ସେବନ କରିବାକୁ ଚାହୁଁନାହାନ୍ତି ତେବେ ଆପଣ ୩ ରୁ୪ ଗ୍ରାମ୍ ପତ୍ରନେଇ ତାକୁ ୩୦୦ରୁ୪୦୦ମିଲି ଲିଟର ପାଣି ନେଇ ଫୁଟାନ୍ତୁ । ପାଣି ଫୁଟି ଅଧା ହୋଇଗଲେ, ସେହି ପାଣିକୁ ଛାଣି ପିଅନ୍ତୁ ।ଯାହା ପେଟ ଓ ଲିଭର ସମସ୍ୟାରୁ ମୁକ୍ତି ଦେବ ।

3-ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି:- ଯଦି ଆପଣ ଆଣ୍ଠୁ ବା ଗୋଡ଼ର ଜଏଣ୍ଟ ଜାଗାରେ ଯନ୍ତ୍ରଣା ଅନୁୁଭବ କରୁଛନ୍ତି, ତେବେ ଆପଣ ଗନ୍ଧ ପ୍ରସାରୁଣୀର ସେବନ ନିଶ୍ଚିତ କରନ୍ତୁ । ଏହାଛଡ଼ା ଆପଣ ପ୍ରସାରୁଣୀ ପତ୍ର ନେଇ ଏହାର ପେଷ୍ଟ ପ୍ରସ୍ତୁତ କରି ସେହି ପେଷ୍ଟକୁ ଅଳ୍ପ ଉଷୁମ କରି ପ୍ରଭାବିତ ସ୍ଥାନରେ ଲଗାଇ ପାରିବେ ।ଏପରି କରିବା ଦ୍ୱାରା ଆଣ୍ଠୁ ଓ ଜଏଣ୍ଟ ଜାଗାରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ ।

4-କ୍ଷତ ଓ ଆଘାତ ସ୍ଥାନ:-ଯଦି ଆପଣଙ୍କ ହାତ,ଗୋଡ଼ କିମ୍ବା ଶରୀରର କୌଣସି ସ୍ଥାନରେ କ୍ଷତ ବା ଆଘାତ ଲାଗିଥାଏ ତେବେ ଗନ୍ଧ ପ୍ରସାରୁଣୀ ପତ୍ର ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଏଥି ପାଇଁ ପ୍ରଥମେ ନିମ୍ବ ଓ ଗନ୍ଧ ପ୍ରସାରୁଣୀ ପତ୍ରକୁ ସମାନ ମାତ୍ରାରେ ନିଅନ୍ତୁ । ଏବେ ପତ୍ର ଗୁଡ଼ିକୁ ପାଣିରେ ଭଲ ଭାବରେ ଫୁଟାନ୍ତୁ ଏବଂ ସେହି ପାଣିରେ କ୍ଷତ ବା ଆଘାତ ହୋଇଥିବା ସ୍ଥାନକୁ ଭଲରେ ସଫା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କ୍ଷତ ଶିଘ୍ର ଶୁଖିଯାଏ ଓ ଆଘାତ ସ୍ଥାନରୁ ଦରଜ ରହେନାହିଁ ।

ଆୟୁର୍ବେଦରେ ଗନ୍ଧ ପ୍ରସାରୁଣୀର ବିଶେଷ ମହତ୍ୱ ରହିଛି । କିନ୍ତୁ ଏହାର ସେବନ କରିବା ପୁର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବେ ନିଅନ୍ତୁ ।

Leave a Reply

Your email address will not be published. Required fields are marked *