ବାଲିଚନ୍ଦ୍ରପୁର//ବନ୍ଧୁକ ଦେଖାଇ ଭିଡ଼ିଓ କ୍ୟାମେରା ଓ ମୋବାଇଲ ଲୁଟ ଘଟଣାରେ ଦୁଇ ଯୁବକ ଓ ତିନି ନାବଳ ଗିରଫ

Spread the love

ବନ୍ଧୁକ ଦେଖାଇ ଭିଡ଼ିଓ କ୍ୟାମେରା ଓ ମୋବାଇଲ ଲୁଟ ଘଟଣାରେ ଦୁଇ ଯୁବକ ଓ ତିନି ନାବଳ ଗିରଫ
ବାଲିଚନ୍ଦ୍ରପୁର,୨୭/୪(ଦର୍ଶନ ସମୀକ୍ଷା) କିଛି ଦିନ ହେବ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଲୁଟେରା ଗୋଷ୍ଟି ମାନେ ସର୍କିୟ ହୋଇ ଲୋକଙ୍କ ଠାରୁ ମୋବାଇଲ ଫୋନ, ସୁନା ଗହଣା, ଟଙ୍କା ଆଦି ଲୁଟ କରିଆସୁଥିଲେ । ଏଥିନେଇ ବିଭିନ୍ନ ସମୟରେ ବାଲିଚନ୍ଦ୍ରପୁର ଥାନାରେ ଏକାଧିକ ଅଭିଯୋଗ ପହଞ୍ଚିଥିଲା । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୨୪ ତାରିଖ ରାତିରେ ଦୁଇ ଜଣ ଯୁବକ ଏକ ବିବାହ ଭୋଜିର ଭିଡ଼ିଓ ସୁଟିଂ ସାରି ରାତି ୧ଟା ସମୟରେ ଫେରୁଥିବା ବେଳେ କୃଷ୍ଣଦାସପୁର-ଅରେଇକଣା ରାସ୍ତାରେ ୫ ଜଣ ଲୁଟେରା ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଭିଡ଼ିଓ ସୁଟିଂ କ୍ୟାମେରା ଓ ମୋବାଇଲ ଫୋନ ଲୁଟିନେଇଥିଲେ । ଏଥିନେଇ ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁର ନିକଟସ୍ଥ ଛଇଛନ୍ତା ଗ୍ରାମର ବିଶ୍ୱଜିତ୍ ସାହୁ ୨୫ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ୧୫୪/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାଜପୁର ଏସ.ପି ଙ୍କ ନିଦେ୍ର୍ଦଶରେ ଏକ ସ୍କ୍ୱାଡ଼ ଗଠନ କରାଯାଇ ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ଗତ କାଲି ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଂଚାୟତ ଦୀଲ୍ଲିପ କୁମାର ସାମଲଙ୍କ ପୁଅ ଶିବ ପ୍ରସାଦ ସାମଲ (୨୨), ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ହରିଶ୍ଚନ୍ଦ୍ର ମଲ୍ଲିକଙ୍କ ପୁଅ ଚିନ୍ମୟ ମଲ୍ଲିକ (୨୧) ହୋଇଥିଲା ବେଳେ ଆଉ ତିନି ଜଣ ନାବାଳକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସମେତ ଦୁଇଗୋଟି ମଟରସାଇକେଲ ୟ୍ୟାମାହା ଜ୧୫ (ଓ ଡ଼ି ୦୪ ଭି ୮୨୨୧), ଏକ ପଲସର ମଟରସାଇକେଲ (ଓ ଡ଼ି ୦୪ ଏକ୍ସ ୬୭୧୬) ସମେତ ମୋବାଇଲ ଫୋନ ଓ ଭିଡ଼ିଓ କ୍ୟାମେରାକୁ ପୋଲିସ ଜବତ କରିଛି । ଆଜି ମଙ୍ଗଳବାର ଦୁଇ ସାବାଳକ ଲୁଟେରାଙ୍କୁ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ନାବାଳକ ଲୁଟେରାଙ୍କୁ ଯାଜପୁର ଜୁଭେନାଇଲ ଜଷ୍ଟିସ ବୋଡ଼ରେ ହାଜର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ.ଡ଼ି.ପି.ଓ ଶରତ ଚନ୍ଦ୍ର ପାତ୍ର, ଥାନାଧିକାରୀ ଦୀଲ୍ଲିପ କୁମାର ମହାନ୍ତି, ତଦନ୍ତ ଅଧିକାରିଣୀ ଏସ.ଆଇ ଦିପାଲିସା ନାୟକ, ଏସ.ଆଇ ପ୍ରଦୀପ୍ତ କୁମାର ସେଠୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । (ଫଟୋ ଯାଇଛି)

Leave a Reply

Your email address will not be published. Required fields are marked *