ବୌଦ୍ଧ : ସି ଏମ୍ ଟ୍ରଫି CM Trophytr” କ୍ରୀଡ଼ା ମହୋତ୍ସବ ସଫଳତାର ସହ ଉଦଯାପିତ..
ବୌଦ୍ଧ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ ଜିଲ୍ଲାପାଳ ଙ୍କ ଦ୍ୱାରା ବିଜୟୀ ଦଳ ସମ୍ବର୍ଦ୍ଧିତ l ଓଡ଼ିଶା ସରକାର ଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାରେ “ ସି ଏମ୍ ଟ୍ରଫି CM Trophy” ଆୟୋଜିତ ହୋଇ ଯାଇଛି l ଏହି ଅବସରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୧୦ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ବିଶେଷ ଉତ୍ସାହ ଓ ଆଡମ୍ବରରେ ଅନୁଷ୍ଠିତ ହୋଇ ସଫଳତାର ସହ ସମାପ୍ତ ହେଇଛି l ଏହି କ୍ରୀଡା ମହୋତ୍ସବରେ ଫୁଟବଲ, କବାଡି, ଖୋଖୋ ଓ ଭଲିବଲ୍ ଭଳି ମୋଟ ୪ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେକ ଖେଳରେ ବାଳକ ବର୍ଗର ୧୦ଟି ଏବଂ ବାଳିକା ବର୍ଗର ୬ଟି ଟିମ ଅଂଶଗ୍ରହଣ କରିଥିଲେ l ଏହି କ୍ରୀଡା ଆୟୋଜନକୁ ବୌଦ୍ଧ ଜିଲ୍ଲା ଏଥଲେଟିକ ଆସୋସିଏସନ ଓ ଜିଲ୍ଲା ପ୍ରଶାସନ ମିଳିତଭାବେ ପରିଚାଳନା କରିଥିଲେ l ଜିଲ୍ଲାର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତଥା ଜିଲ୍ଲାର ବିଭିନ୍ନ କ୍ରୀଡ଼ାବିତମାନେ ଏହି ଟୁର୍ନାମେଣ୍ଟର ସଫଳ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l ପ୍ରତିଯୋଗିତାରେ
କବାଡି (ବାଳକ) ବର୍ଗରେ
ଚମ୍ପିୟାନ – ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ, ରନର୍ସଅପ ହରଭଙ୍ଗା ବ୍ଲକ,
କବାଡି (ବାଳିକା) ବର୍ଗରେ
ଚମ୍ପିୟାନ – ହରଭଙ୍ଗା ବ୍ଲକ,ରନର୍ସଅପ – କଣ୍ଟାମାଳ ବ୍ଲକ ଓ
ଭଲିବଲ (ବାଳକ) ରେ
ଚମ୍ପିୟାନ – ମଣିପୁର ଆଦର୍ଶ ବିଦ୍ୟାଳୟ, ରନର୍ସଅପ – ରାମଗଡ଼ ହାଇସ୍କୁଲ, ଭଲିବଲ (ବାଳିକା) ବର୍ଗରେ
ଚମ୍ପିୟାନ – ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ବନ୍ଧ,ରନର୍ସଅପ – ହରଭଙ୍ଗା ବ୍ଲକ, ଖୋଖୋ (ବାଳକ) ବର୍ଗରେ,ଚମ୍ପିୟାନ – ସରକାରୀ ଅପର ପ୍ରାଇମେରୀ ସ୍କୁଲ ଲୋକାପଡା,
ରନର୍ସଅପ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୌଦ୍ଧ,ଖୋଖୋ (ବାଳିକା) ରେ
ଚମ୍ପିୟାନ – ହରଭଙ୍ଗା ବ୍ଲକ୍,ରନର୍ସଅପ – କଣ୍ଟାମାଳ ଦଳ ହୋଇଥିଲେ l
ଫୁଟବଲ (ବାଳକ) ବର୍ଗରେ ଚମ୍ପିୟାନ – ଭି ଏସ ଏସ ମନୁପାଲି ଏବଂ
ରନର୍ସଅପ – ହରଭଙ୍ଗା ବ୍ଲକ A ଦଳ ହୋଇଥିଲେ l ଫୁଟବଲ (ବାଳିକା) ବର୍ଗରେ ଚମ୍ପିୟାନ – ସି ଜି ଏଚ ଏସ ବଡ଼ବନ୍ଧ ଏବଂ
ରନର୍ସଅପ – ହରଭଙ୍ଗା ବ୍ଲକ ଦଳ ହୋଇଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମାନ୍ୟବର ବୌଦ୍ଧ ବିଧାୟକ ଓ ସରକାରୀ ଦଳର ମୁଖ୍ୟ ସଚେତକ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ସାଧାରଣ ସମ୍ପାଦକ ବୌଦ୍ଧ ଜିଲ୍ଲା ଆଥଲେଟିକ୍ ଆସୋ ସିଏସନ୍ ଯୁଗଳ କିଶୋର ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ
ଜ୍ୟୋତିରଞ୍ଜନ ଭୁଏ ଶ୍ୟାମସୁନ୍ଦର ମହାପାତ୍ର ବରିଷ୍ଠ କ୍ରୀଡ଼ାବିତ, ଦିବ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଆଥଲେଟିକ୍ ଆସୋ ସିଏସନ୍ ବୌଦ୍ଧ ଓ ମଧ୍ୟ ଉପସ୍ଥିତ ରହିଥିଲେ l
ଅତିଥିମାନେ ବିଜେତା ଓ ରନର୍ସଅପ ଦଳମାନଙ୍କୁ ପୁରସ୍କାର ବିତରଣ କରି ତାଙ୍କର କ୍ରୀଡା ପ୍ରତିଭାକୁ ସମ୍ମାନିତ କରିଥିଲେ ଏବଂ ଭବିଷ୍ୟତରେ ଆହୁରି ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ ପାଇଁ ପ୍ରେରିତ କରିଥିଲେ l ଏହି କ୍ରୀଡା ମହୋତ୍ସବ ବୌଦ୍ଧ ଜିଲ୍ଲାର ଯୁବ କ୍ରୀଡ଼ାବିତ୍ ମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଥିବା ସହିତ ଜିଲ୍ଲାରେ କ୍ରୀଡା ବିକାଶରେ ନୂତନ ଆଶା ଜୋଗାଇଛି l












Leave a Reply