Spread the love

!! ଆଜିର ନିତିବାଣୀ!!
————————

  ଧର୍ମ ଶିଖାଏ ଶାନ୍ତି, ସହନଶୀଳତା ଓ ଏକତ୍ର ଏବଂ ନୀତି।  ଆଉ ଭଗବାନଙ୍କ ଦୁଆର ଦେଶରେ ପହଞ୍ଚିବା ପାଇଁ ମାର୍ଗ ପରିଦର୍ଶକ ହୋଇଥାଏ।

ତେଣୁ ଖାଲି ଧର୍ମରେ ଦୀକ୍ଷିତ ହୋଇଗଲେ ହେବନାହିଁ, ଆପଣ ଧର୍ମକୁ କେତେ ମାତ୍ରାରେ ପାଳନ କରିପାରିଲେ ସେଇଟା ହିଁ ବଡ଼କଥା।
ଆପଣଙ୍କୁ କେତେ ଲୋକ ଚିହ୍ନିଚନ୍ତି ଏହା ମହତ୍ତ୍ଵପୂର୍ଣ୍ଣ ନୁହେଁ। କାହିଁକି ଚିହ୍ନନ୍ତି ଏହା ବିଶେଷ ମହତ୍ତ୍ଵପୂର୍ଣ୍ଣ।

ଚୁପ୍ ରହିବା କୈ।ଣସି ବ୍ୟକ୍ତିର କମଜୋରି ନୁହେଁ, କାରଣ ସେହି ବ୍ୟକ୍ତିର ଧୈର୍ଯ୍ୟର ପରିଚୟ ଦେଇଥାଏ। ନଚେତ୍ ଯାହାକୁ ସହିବା ଆସେ ତାକୁ ମଧ୍ୟ କହିବା ଆସେ। ନିଜେ ନିଜକୁ କୈ।ଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତ ହିଁ ମଣିଷ କୁ ଦୁଃଖୀ ହେବାକୁ ଦେଇ ନଥାଏ।
ଆଉ ଚେଷ୍ଟା ହିଁ ମଣିଷକୁ ସଫଳ ଏବଂ ସୁନ୍ଦର ବନେଇ ଦେଇଥାଏ।

ସାଧନା ତଥା ସନ୍ତୋଷ ଉତ୍ତମ ସ୍ଵାସ୍ଥ୍ୟର ରହସ୍ୟ ଅଟେ।

ସମସ୍ତ ରୋଗର ସର୍ବୋତ୍ତମ ଔଷଧ ତଥା ସୁନ୍ଦର ସ୍ଵାସ୍ଥ୍ୟର ସର୍ବୋତ୍ତମ ସାଧନା ହେଉଛି ଜପ, କୀର୍ତ୍ତନ ତଥା ନିୟମିତ ଧ୍ୟାନ ଈଶ୍ୱରୀୟ ତରଙ୍ଗ ଜୀବକୋଷ, ସ୍ନାୟୁ ତଥା ମା°ସପେଶୀ ମଧ୍ୟଦେଇ ନବ ଜୀବନର ସ°ଚାର କରିଥାଏ।
ସଦା ସୁଖି ଓ ପ୍ରସନ୍ନ ରହିବା ହେଉଛି ଅନ୍ୟତମ। ଶସ୍ତା ତଥା ପ୍ରଭାବଶାଳୀ ମହୈ।ଷଧି ପ୍ରତିଦିନ ଗୀତାର ଏକ କିମ୍ବା ଦୁଇ ଅଧ୍ୟାୟ ଅର୍ଥ ସହ ପାଠ କରନ୍ତୁ। ଈଶ୍ୱରୀୟ ଚେତନା ସହିତ ନିଜକୁ ପୂର୍ଣ୍ଣତହ ସଂଲଗ୍ନ କରନ୍ତୁ ଯେପରିକି ସା°ସାରିକ ବିଚାର ପ୍ରବେଶ କରି ପାରିବ ନାହିଁ!!!

    ଜୟ ଜଗନ୍ନାଥ, ଅନେକ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅଭିନନ୍ଦନ।

ଆଜି ଦିନଟି ପବିତ୍ର କାର୍ତ୍ତିକ ମାସ ର ଗୁରୁବାର ମାଁ ସନ୍ତୋଷି ଦେବୀଙ୍କ ଓ ମାଁ ଭୈରବ ଲକ୍ଷ୍ମୀଙ୍କ କୃପାରୁ ଓ ଆଶୀର୍ବାଦ ରୁ ଆପଣ ଓ ଆପଣଙ୍କ ପରିବାରର ଶୁଭ ଓ ମଙ୍ଗଳ ମୟ ହେଉ, ଏତିକି ମୋର କାମନା।

Related Post

Leave a Reply

Your email address will not be published. Required fields are marked *