ଆଗାମୀ ପଞ୍ଚାୟତ ନିର୍ବାଚନରେ ଆମେ ଦେଖେଇଦେବୁ, ପ୍ରଭାତୀଙ୍କ ବିରୁଦ୍ଧରେ ସମୀରଙ୍କ ପୁଣି ରଣହୁଙ୍କାର, ତାଙ୍କ ବିରୁଦ୍ଧରେ ସ୍ଥାନୀୟ ଜଣ ସାଧାରଣ ମତ ପାଇ ସାରିଲେଣୁ, ଆଉ ନୁହଁ -ସମୀର ଦାଶ ବିଜେପି

Spread the love

ପ୍ରଭାତୀଙ୍କ ବିରୁଦ୍ଧରେ ସମୀରଙ୍କ ପୁଣି ରଣହୁଙ୍କାର,ଆଗାମୀ ପଞ୍ଚାୟତ ନିର୍ବାଚନରେ ନିମାପଡ଼ା ଓ ଗୋପ ପଞ୍ଚାୟତ ସମିତି ଦଖଲ ପାଇଁ ସମର୍ଥକଙ୍କୁ ଆହ୍ୱାନ ।
ନିମାପଡା /କୋଣାର୍କ-୧୩-୪- (ଦର୍ଶନ ସମୀକ୍ଷା)

ନିମାପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସମୀର ଦାଶଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଂଗଠନରେ ତାଙ୍କୁ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବା ପରେ ଆଜି ସମୀର ଦାସ, ଗୋପ ବ୍ଲକର ୧୪ ପଞ୍ଚାୟତରେ ଥିବା ତାଙ୍କ ସମର୍ଥକଙ୍କୁ ନେଇ କୋଣାର୍କ ରାମଚଣ୍ଡୀ ପୀଠରେ ଆୟୋଜିତ ଏକ ସାଂଗଠନିକ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିରୁଦ୍ଧରେ ପୁଣି ରଣହୁଙ୍କାର ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ।ନିର୍ବାଚନ ପରଠାରୁ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଅଣଦେଖା କରୁଥିବା ଅଭିଯୋଗ ସେ ବାରମ୍ବାର କରିବା ସହ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ପ୍ରସଂଶା କରି ଗୋପ ଓ ନିମାପଡ଼ା ପଞ୍ଚାୟତ ସମିତି ଦଖଲ ପାଇଁ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।ଏହି ପରିପେକ୍ଷୀରେ ଉପ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଥାନୀୟ ଜଣ ସାଧାରଣ ମତ ଯାଇ ସାରିଛନ୍ତି ଯାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳନ ହେବ ବୋଲି ସମୀର ସର୍ବ ସମୁଖରେ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ନିର୍ବାଚନ ପରେ ତାଙ୍କ ସମର୍ଥକଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଏପରିକି ତାଙ୍କ ପୁତୁରାକୁ ପୁରୀରୁ ଅନ୍ୟତ୍ର ବଦଳି କରାଯାଇଛି ବୋଲି ସେ କହିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ଆହୁରି ସକ୍ରିୟ କରିବା ସହ ସମସ୍ତ ପଂଚାୟତରେ ସମୀର ପଦ ଯାତ୍ରା କରିବେ ବୋଲି ଆଜିର ବୈଠରେ କହିଥିଲେ।

ଏହି ବୈଠକରେ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ସମୀରଙ୍କ ସମର୍ଥକ ଯୋଗ ଦେଇ ସମୀରଙ୍କ ନେତୃତ୍ୱକୁ ସମର୍ଥନ ଜଣାଇବା ସହ ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏରବଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତିଭୂଷଣ ସାହୁ , ଜୀବନାନନ୍ଦ ମହାପାତ୍ର, ପ୍ରକାଶ ପ୍ରଧାନ,ଦ୍ବିଜବର ପ୍ରଧାନ, କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *