ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହର ଠାରୁ ପ୍ରାୟ ୩ କିମି ଦୂର ତଥା ବାଲିମେଳା -ଜୟପୁରମୂଖ୍ୟ ରାସ୍ତା ଚିତାପାରି -୩ ଗ୍ରାମ ନିକଟ ମୂଖ୍ୟ ରାସ୍ତାରେ ଥିବା ଟର୍ନିଙ୍ଗ ରାସ୍ତା ଦେଇ ଏକ ବାଇକ ଯୋଗେ ଦୁଇ ଜଣ
ବ୍ୟକ୍ତି ସୋମବାର ଅପାରହ୍ନ ପ୍ରାୟ୪ ଟା ସମୟରେ ଯାଉଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଲୁହା ସୁରକ୍ଷା ପାଚେରୀରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡି ରହିଥିଲେ। ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଓର୍କେଲ ଥାନା ଅଧିନସ୍ତ ବାଣ୍ଡିଗୁଡା ଗ୍ରାମର ଆଦିତ୍ୟ ମାଢି ଏବଂ ଅନ୍ୟ ଜଣେ ମାଲକାନଗିରି ଥାନା ଅଧୀନ ତୁମସାପାଲ୍ଲୀ ଗ୍ରାମର ପ୍ରଫୁଲ ମାଡକାମୀ ବୋଲି ଜଣା ପଡିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସଂଜିତ କୁମାର ଟାକ୍ରୀଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କର ଚିକିତ୍ସା ଜାରୀ ରଖିଛନ୍ତି।












Leave a Reply