ଆଜିର ପ୍ରଶାନ୍ତି ଅନୁଚିନ୍ତା
ପ୍ରେମ ସହିତ,ପ୍ରାର୍ଥନା ଓ ଧ୍ୟାନର ସମ୍ପର୍କ କିପରି ଜଡ଼ିତ ? ଭଗବାନ ଆଜି ପ୍ରେମପୂର୍ଣ୍ଣ ଭାବରେ ଆମକୁ ପ୍ରେମ, ବିଶ୍ବାସ, ପ୍ରାର୍ଥନା, ନିରାସକ୍ତ ଭାବ ଏବଂ ଭଗଵତ୍ କୃପା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରିଛନ୍ତି।
ଯଦି ତୁମ ପାଖରେ ସ୍ଥିର ଓ ଦୃଢ଼ ପ୍ରେମ ରହିଥାଏ ତାହାହେଲେ ତୁମର ଏକାଗ୍ରତା ମଧ୍ୟ ତୀବ୍ର ଓ ସ୍ଥିର ହେବ। ବିଶ୍ବାସ ବିକଶିତ ହୋଇ ପ୍ରେମରେ ପରିଣତ ହୁଏ, ଏବଂ ସେହି ପ୍ରେମରୁ ଏକାଗ୍ରତା ସୃଷ୍ଟି ହୋଇଥାଏ। ଏହିପରି ପରିସ୍ଥିତିରେ ପ୍ରାର୍ଥନା ଫଳପ୍ରଦ ହେବା ଆରମ୍ଭ ହୁଏ। ଭଗବାନଙ୍କର ପ୍ରତୀକ ଭାବରେ ଏକ ନାମକୁ ବ୍ଯବହାର କରି ପ୍ରାର୍ଥନା କର। ମନର ସମସ୍ତ ତରଙ୍ଗକୁ ସ୍ଥିର କରି ପ୍ରାର୍ଥନା କର। ତୁମ ପ୍ରକୃତ ଅସ୍ତିତ୍ବର କର୍ତ୍ତବ୍ୟ ମନେକରି ପ୍ରାର୍ଥନା କର, ଯେପରି ମାନବ ଜନ୍ମ ଧାରଣ କରି ଏହି ସଂସାରକୁ ଆସିଥିବାରୁ ଏହା ତୁମର ଏକମାତ୍ର କର୍ତ୍ତବ୍ୟ। “ମୋର” ଏବଂ “ତୁମର” – ଏହି ମନୋଭାବ କେବଳ ପରିଚୟ ପାଇଁ ଉଦ୍ଧିଷ୍ଟ। ତାହା ପ୍ରକୃତ ନୁହେଁ, ତାହା କ୍ଷଣସ୍ଥାୟୀ। ପ୍ରକୃତ ସତ୍ୟ ଓ ଶାଶ୍ବତ ହେଉଛି “ତାଙ୍କର”। ଯେପରି ଗୋଟିଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପାଖରେ ସେହି ବିଦ୍ୟାଳୟର ଆସବାସ ପତ୍ରର ଅସ୍ଥାୟୀ ଦାୟିତ୍ଵ ରହିଥାଏ। ବିଦ୍ୟାଳୟରୁ ବଦଳି ହେବାବେଳେ କିମ୍ବା ଅବସର ଗ୍ରହଣ ସମୟରେ ତାଙ୍କୁ ସେଗୁଡିକ ନିଶ୍ଚିତ ଭାବରେ ହସ୍ତାନ୍ତର କରିବାକୁ ପଡ଼ିଥାଏ। ସେହି ପ୍ରଧାନ ଶିକ୍ଷକଙ୍କ ପରି ତୁମ ପାଖରେ ଥିବା ଜିନିଷ ପତ୍ର ଗୁଡିକୁ ସେହିପରି ମନୋଭାବରେ ବ୍ୟବହାର କର। ସଦାବେଳେ ସତର୍କ ରୁହ ଯେ, ସର୍ବଶେଷ ତଦାରଖ(ଯାଞ୍ଚ) ପ୍ରକ୍ରିୟା ପାଖେଇ ଆସୁଛି। ଆନନ୍ଦମୟ ମୁହୂର୍ତ୍ତ ପାଇଁ ଅପେକ୍ଷା କର। ସେହି ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହୋଇ ରୁହ। ନିଜ ହିସାବ କିତାବ ଠିକ୍ କରି ରଖ ତୁମକୁ ନ୍ୟସ୍ତ କରାଯାଇଥିବା ପ୍ରତ୍ୟେକ ବିଷୟବସ୍ତୁକୁ ଯତ୍ନ ତଥା ଅଧ୍ୟବସାୟ ଦ୍ଵାରା ପରିଚାଳିତ କର।
- ଦିବ୍ୟ ସମ୍ଭାଷଣ,
ନଭେମ୍ୱର ୨୩, ୧୯୬୧
ନାମ ମାଧ୍ୟମରେ ପ୍ରେମ ଉଜ୍ଜୀବିତ ହୋଇଥାଏ, ସେହି ପ୍ରେମ ମାଧ୍ୟମରେ ଭଗବାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇପାରିବ।
- ଶ୍ରୀ ସତ୍ୟସାଇ ବାବା🌹