ଗଜପତି ସୁପର 4//ଗଜପତିରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ମୃତ୍ୟୁବରଣ କଲେ କୃଷିଶ୍ରମିକ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଟ୍ରାକ୍ଟର ଓଲଟି ଜଣେ ମୃତ

Spread the love

ଗଜପତି : ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ମୃତ୍ୟୁବରଣ କଲେ କୃଷିଶ୍ରମିକ

ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ତାମଡା ଲକ୍ଷ୍ମୀନାରାୟଣ (56) ଯିଏକି ଜମିରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ସେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ଏହାପରେ ନିଜ ଘରକୁ ଆସି ଶୋଇପଡିଥିଲେ ।

ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପରିବାର ଲୋକେ ଉଠାଇଥିଲେ । ହେଲେ ସେ ନ ଉଠିବାରୁ ଘର ଲୋକେ ସନ୍ଦେହ କରିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଗୁରାଣ୍ଡି ଥାନାରେ 4/26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଆଜି ଶବକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାର ତଦନ୍ତ ଏସ୍ଆଇ ଅମ୍ବିକା ବେଣିଆ ତଦନ୍ତ କରୁଛନ୍ତି । ଅପରପକ୍ଷେ ତାମଡା ଲକ୍ଷ୍ମୀନାରାୟଣ ଜଣେ ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ପରିବାରରେ ଦିବ୍ୟାଙ୍ଗ ପୁଅ ଓ ସ୍ତ୍ରୀ ରହିଛନ୍ତି । ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ପରିବାରବର୍ଗ । ତେଣୁ ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାରବର୍ଗ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି ।
ଗଜପତିର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଟ୍ରାକ୍ଟର ଓଲଟି ଜଣେ ମୃତ
ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣା ହୋଇ ହେଲପର ମୃତ୍ୟୁବରଣ କରିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି।

ମୃତକ ଟ୍ରାକ୍ଟର ହେଲପର ମାଡ଼ବା ଗ୍ରାମର ସନ୍ନ୍ୟାସୀ ଭୂଆଁ ( ୧୯) । ଘଟଣାରୁ ପ୍ରକାଶ ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍‌କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଟ୍ୟାଙ୍କର ପାଣି ନେଇଯାଉଥିଲା । ଘାଟି ରାସ୍ତାରେ ଟ୍ରାକ୍ଟର ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ମାଡ଼ିବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (୨୦) ଗୁରୁତ ତର ଆହତ ହୋଇଥିବା ବେଳେ ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରବ ଗ୍ରାମର ସନ୍ନ୍ୟାସୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଗାରାବନ୍ଧ ଥାନାରେ ଏକ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ହୋଇଛି.
କାଶୀନଗର ବ୍ଲକରେ ଭୋଗ ମଣ୍ଡପ ଓ ସ୍ବର୍ଗ ଦ୍ବାର ର ଉଦଘାଟନ କଲେ ବିଧାୟକ। ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଗୌରୀ ଗ୍ରାମ ଠାରେ ଶିବ ମନ୍ଦିର ନବୀକରଣ ଓ ଭୋଗ ମଣ୍ଡପ ନିର୍ମାଣ ନିମନ୍ତେ ମୂଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ 4 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ,ସେଇଭଳି ଭାନି ଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପାଣ୍ଠି ରୁ 3 ଲକ୍ଷ ଟଙ୍କା ଅନୁଦାନ ରେ ନିର୍ମିତ କମିଁନିଟ ହୋଲ ର ଶୁଭ ଉଦଘାଟନ କଲେ ବିଧାୟକ । ଶେଷରେ ଭାନ୍ନା ଗ୍ରାମ ଶେଷ ରେ 3 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ବର୍ଗ ଦ୍ଵାର ମଧ୍ୟ ଶୁଭ ଉଦଘାଟନ କରିଥିଲେ ବିଧାୟକ ରୂପେସ ପାଣିଗ୍ରାହୀ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଉପାଧ୍ୟକ୍ଷ ରଘୁରାମ ସାହୁ, କତିକି ରାମାରାଓ, ପ୍ରମୁଖ ଉପସ୍ଥିତ ଥିଲେ
ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶ ଅବମାନନା….. ବୁଥସ୍ତରୀୟ ଅଧିକାରୀ ନିଲମ୍ବିତ ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶ ଅବମାନନା ଯୋଗୁଁ କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୩୯ / ଇଲେକ୍ସନ ପ୍ରକାରେ ଭୋଟଗ୍ରହଣ କେନ୍ଦ୍ର ନଂ. ୧୧୦- ସିଧାମଡାଙ୍ଗାର ଅଧିକାରୀ ତଥା ସହକାରୀ ଶିକ୍ଷକ ରାମାନୁଜ ଦାସ ଲୋକ ପ୍ରତିନିଧୂତ୍ବ ଆଇନ ୧୯୫୦ ଏବଂ ଲୋକ ପ୍ରତିନିଧ୍ଵ ଆଇନ, ୧୯୫୧ର ବ୍ୟବସ୍ଥା ଅନୁଯାୟୀ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଯାଇଛି।

ନିଲମ୍ବନ ଆଦେଶ ପତ୍ରରେ ଦର୍ଶାଯାଇଛି ଯେ, ଶ୍ରୀ ଦାସ କୌଣସି ବୈଧ କାରଣ ନଦର୍ଶାଇ କର୍ତ୍ତବ୍ୟ ନ କରିବା, ସଠିକ୍ ଭାବରେ ନ୍ୟସ୍ତ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ନିଲମ୍ବନ ସମୟ ମଧ୍ୟରେ ସେ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡିବେ ନାହିଁ ଏବଂ ନିୟମ ଅନୁଯାୟୀ ଗ୍ରହଣୀୟ ଭାବରେ ଜୀବନଯାପନ ଭତ୍ତା ପାଇବାର ହକ‌ଦାର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗୱାଲ।
ଗଜପତିରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ

ପାରଳାଖେମୁଣ୍ଡି,୫.୦୪(ତାରିଣୀ ପ୍ରସାଦ ପଣ୍ଡା):

କ୍ରୀଡ଼ା ଓ ଯୁବା ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଓଡ଼ିଆ ପକ୍ଷ ଐତିହ୍ୟ ଗଣଦୌଡ ଆଜି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରୁ ବୃନ୍ଦାବନ ରାଜ ପ୍ରାସାଦ ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନ୍ନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପାରଳାଖେମୁଣ୍ଡି ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଦୟାମୟ ପାଢ଼ୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ତ୍ରିନାଥ ସାହୁ, ବରିଷ୍ଠ ନାଗରିକ ଵିଚିତ୍ରା ନନ୍ଦ ବେବର୍ତ୍ତା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଥିଲେ। ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଓ ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅପ୍ରେଲ ୧ ତାରିଖ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରେ ଐତିହ୍ୟ ଓ ଭାଷା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ,

ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଣ ଐତିହ୍ୟ ଦୌଡ଼ରେ ସାମିଲ କରାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ଓଡ଼ିଶାର ଐତିହ୍ୟ ଏଵଂ ସଂସ୍କୃତିର ପ୍ରତି ଗର୍ବ ସୃଷ୍ଟି କରିବା, ଜିଲ୍ଲା ଓ ରାଜ୍ୟର ସାଂସ୍କୃତିକ ଓ ବିବିଧତାକୁ ପାଳନ କରିବା ,ଏହି ଗଣ ଦୌଡ଼ ଦ୍ଵାର ଯୁବକ ଯୁବତୀ ମାନଙ୍କ ଶାରୀରିକ ଏଵଂ ମାନସିକ ସୁସ୍ଥ ତାକୁ ପ୍ରୋତ୍ସାହିତ କରାଯାଇପାରିବ। ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *