Spread the love

‘ ବନଲତା କ୍ରିଏଟିଭ ଦ୍ୱାରା ଏକ ସାମାଜିକ ଓ ରୋମାଞ୍ଚକର ନାଟକ ‘ ଅଶାନ୍ତର ଅବବୋଧ’ ଏପ୍ରିଲ 4 ର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହୋଇ ଯାଇଛି।
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)

ଏହି ନାଟକଟି ପରିବାର, ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ଓ ସାଂସ୍କୃତିକ ଭାବେ ବିବିଧ ବର୍ଗ ର ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା।
ସମସାମୟିକ ପ୍ରସିଦ୍ଧ ଲେଖିକା ଶ୍ରୀମତୀ ସ୍ୱାଗତିକା ସେଠୀ ଙ୍କ ଦ୍ବାରା ଲିଖିତ ଏବଂ ଶ୍ରୀମତୀ ମହୁଆ ମହାରଣାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ନାଟକଟି ମନୁଷ୍ଯର ମାନସିକ ଜଟିଳତା, ସାମାଜିକ ଓ ଧାର୍ମିକ କୁସଂସ୍କାର, ପରିବେଶ ସମସ୍ୟା ଉପରେ ବିଶ୍ଲେଷଣ କରiba ସହ ମଣିଷ କିଭଳି ଆତ୍ମବିଶ୍ୱାସ ଦ୍ଵାରା
ସ୍ଵାଧୀନତା ଓ ମୁକ୍ତି ଲାଭ କରେ ତାହା ପ୍ରଦର୍ଶିତ କରିଥିଲା

ସ୍ଥାନୀୟ ପ୍ରଥା ଉପରେ ଗଭୀର ଭାବେ ଆଧାରିତ ଏହି ନାଟ୍ୟଟି ଦୁଇ ଘଣ୍ଟାର ପରିଧି ମଧ୍ୟ ରେ ଦର୍ଶକମାନଙ୍କୁ କଥା କହୁଥିବା ବୃକ୍ଷ,ଅସ୍ଥିର ଆତ୍ମା ଏବଂ ପାରମ୍ପରିକ ନୀତି ନିୟମ ଓ ପର୍ବପର୍ବାଣୀ ମଧ୍ୟରେ ଏକ ଦ୍ୱି ଶତାବ୍ଦୀ ବ୍ୟାପ୍ତ କାଳକ୍ରମର ମାୟାବି ଯାତ୍ରାରେ ନେଇ ଯାଇଥିଲା।
ପ୍ରାୟ ୩୦ ଜଣ କଳାକାର ଏବଂ ୧୦ ଜଣ ନୃତ୍ୟଶିଳ୍ପୀ ଏହି ନାଟକରେ ଅଂଶ ଗ୍ରହଣ କରିଥିଲେ।
ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୁତିକ ବିଭାଗ ଦ୍ଵାରା ସ୍ଵୀକୃତ, ବନଲତା କ୍ରିଏଟିଭ କମ୍ୟୁନିଟି ଭୁବନେଶ୍ଵରରେ ଅବସ୍ଥିତ ଏକ ସାଂସ୍କୁତିକ ସାମାଜ । ସେପ୍ଟେମ୍ବର ୨୦୨୩ ରେ ସ୍ଥାପିତ ଏହି ସଂସ୍ଥା ସୃଜନଶୀଳତା, ତାତ୍ପର୍ଯ୍ୟପୂର୍ଣ୍ଣ ନାଟକ, କଳା ଓ ସାମାଜିକ ପ୍ରାସଙ୍ଗିକତା ଉପରେ ଗଳ୍ପ୍ କଥନକୁ ପ୍ରୋସାହନ କରି ଆସୁଛି।

Leave a Reply

Your email address will not be published. Required fields are marked *